ବିଜାତଳାରେ ପଞ୍ଚାୟତରାଜ ଦିବସ ମହାସମାରୋହ ଅନୁଷ୍ଠିତ

ରାଇରଙ୍ଗପୁର:ମୟୂରଭଂଜ ଜିଲ୍ଲାର ବିଜାତଳା ବ୍ଲକ ପରିସରରେ ବିଡିଓ ତ୍ରିନାଥ ମାଝୀଙ୍କ ସଭାପତିତ୍ବରେ ପଞ୍ଚାୟତ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ବିଜାତଳା ବ୍ଲକ ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା ନିମାଇଁ ମୁର୍ମୁ,ଉପାଧ୍ୟକ୍ଷା ଫୁଲମଣି ସୋରେନ୍, ସହକାରୀ ଯନ୍ତ୍ରୀ ଆଶିଷ ବାନାର୍ଜୀ, ,ଜିପିଓ ସୁରାକ ମାର୍ଣ୍ଡି, କନିଷ୍ଠ ଯନ୍ତ୍ରୀ ପ୍ରଜାପତି ସିଂ, ଜିଲ୍ଲା ପରିଷଦ ସଦସ୍ୟ ରଘୁନାଥ ମାଝୀ,ବ୍ଲକର ସମସ୍ତ ସରପଞ୍ଚ,ସମିତି ସଭ୍ୟ,ସଭ୍ୟା, ବିଭିନ୍ନ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରାରମ୍ଭରେ ପ୍ରବାଦ ପୁରୁଷ ଓଡ଼ିଆଙ୍କ ପ୍ରାତଃ ସ୍ମରଣୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ।ପରେ ଅତିଥି ଗଣ ମହାନ ଅନ୍ତର୍ଦେଶୀୟ ନେତା ବିଜୁବାବୁଙ୍କର ଜୀବନଚର‌୍ୟ୍ୟା,ଓଡ଼ିଶା ନବ ନିର୍ମାଣରେ ବିଜୁ ବାବୁଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ ।ପରେ ବ୍ଲକ ତରଫରୁ ୨୭୩ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ୍ବାର୍କ ଅର୍ଡର ଅତିଥି ଗଣ ପ୍ରଦାନ କରିଥିଲେ ଓ ୩୧ ଜଣଙ୍କୁ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।ତଦସହ ଯେଉଁ ହିତାଧିକାରୀ ମାନେ ୪ମାସ ଭିତରେ ଗୃହ ସଂପୁର୍ଣ୍ଣ ନିର୍ମାଣ କରିବେ ସେମାନଙ୍କୁ ୨୦,୦୦୦ଟଙ୍କା ପ୍ରତ୍ସୋହନ ଦିଆଯିବ ।ଯଦି ୬ମାସ ମଧ୍ୟରେ ସଂପୂର୍ଣ୍ଣ କରିବେ ୧୦,୦୦୦ ଟଙ୍କା ପ୍ରତ୍ସୋହନ ଦିଆଯିବ ବୋଲି ହିତାଧିକାରୀ ମାନଙ୍କୁ ସୂଚନା ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ