ପିଡିଏସ୍ ସାମଗ୍ରୀ ବଣ୍ଟନରେ ସରକାରୀ ନିୟମ ଉଲଂଘନ: ସାମଗ୍ରୀ ପାଇଁ ରିଟେଲର କେନ୍ଦ୍ରକୁ ଯାଉଛନ୍ତି ଲୋକେ

ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ପାଇଁ ରାଜ୍ୟ ସରକାର ସମସ୍ତ ହିତାଧିକାରୀ ମାନଙ୍କୁ ୩ ମାସର ପିଡିଏସ୍ ସାମଗ୍ରୀ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଏପରିକି ଲଡ୍ ଡାଉନ୍ ପାଇଁ ସଂପୃକ୍ତ ହିତାଧିକାରୀ ମାନଙ୍କୁ ଘର ପାଖରେ ସାମଗ୍ରୀ ଦେବାର ବ୍ୟବସ୍ଥା ହୋଇଛି । ମାତ୍ର ଏହାର ବ୍ୟତିକ୍ରମ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ଦେଖିବାକୁ ମିଳିଛି । ଟିଲୋ ପଞ୍ଚାୟତରେ ରିଟେଲର କେନ୍ଦ୍ରକୁ ହିତାଧିକାରୀ ମାନେ ଯାଇ ସାମଗ୍ରୀ ଆଣୁ ଥିବାର ଦେଖାଯାଇଛି । ଏଠାରେ ୱାର୍ଡ ସ୍ତରରେ ଲୋକଙ୍କୁ ସାମଗ୍ରୀ ନେବାକୁ କୁହାଯାଉଛି । ଫଳରେ ରିଟେଲର କେନ୍ଦ୍ର ଠାରୁ ଗ୍ରାମ ଗୁଡିକ ଅନେକ ଦୂର ହୋଇଥିବାରୁ ହିତାଧିକାରୀ ମାନେ ବାଧ୍ୟ ହୋଇ କେନ୍ଦ୍ରକୁ ଯାଉଛନ୍ତି । ସେହିପରି କେନ୍ଦ୍ର ନିକଟରେ ସାମାଜିକ ଦୂରତା ରକ୍ଷା କରାଯାଉନାହିଁ । ଗୋଟିଏ ସ୍ଥାନରେ ଲୋକ ମାନଙ୍କୁ ଏକତ୍ରିତ କରାଯାଇ ସାମଗ୍ରୀ ବଣ୍ଟନ କରାଯାଉଛି । ଏପରିକି ବୃଦ୍ଧବୃଦ୍ଧା ମାନେ ଖରାରେ ବହୁ ସମୟ ଧରି ଛିଡା ହେଉଥିବାର ଦେଖାଯାଇଛି । ସେହିପରି ଅନ୍ୟ ଏକ ପଞ୍ଚାୟତରେ ହିତାଧିକାରୀ ମାନଙ୍କ ଠାରୁ ପରିବହନ ଓ ଲୋଡିଂ, ଅନ୍‌ଲୋଡିଂ ବାବଦ ଖର୍ଚ୍ଚ ନିଆଯାଉଥିବାର ଅଭିଯୋଗ ହୋଇଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ହିତାଧିକାରୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ