କଂଟୁଣିଆହାଟରେ ମାସ୍କ ପିନ୍ଧାଇ ଲୋକଙ୍କୁ କଲେ ସଚେତନ

ନାଉଗାଁ (ଓ୍ବାଇଏନ୍ଏସ୍) : ଜାମୁଗାଁ ପଂଚାୟତ କଂଟୁଣିଆ ଠାରେ ଶନିବାର ଅନୁଷ୍ଠିତ ସାପ୍ତାହିକ ହାଟରେ ଜନସାଧାରଣଙ୍କୁ କରୋନା ଭୁତାଣୁ ସଂପର୍କରେ ସଚେତନ କରାଯିବା ସହିତ ମାସ୍କ ପିନ୍ଧା ଯାଇଛି । ସୂଚନାଯୋଗ୍ୟ ଯେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପାରାଦ୍ୱିପ ପୋର୍ଟ ଟ୍ରଷ୍ଟର ପୂର୍ବତନ ଟ୍ରଷ୍ଟି ପ୍ରତାପ କୁମାର ମିଶ୍ର ଓ ପଂଚାୟତର ସରପଂଚ ଲଲାଟେନ୍ଦୁ ପରିଡା ହାଟକୁ ଆସିଥିବା ଲୋକମାନଙ୍କୁ କରୋନା ଭୁତାଣୁ ସଂପର୍କରେ ସଚେତନ କରାଇଥିଲେ । ହାଟକୁ ଆସିଥିବା ଜନସାଧାରଣଙ୍କ ମଧ୍ୟରେ ଯେଉଁମାନଙ୍କ ମୁହଁରେ ମାସ୍କ ନଥିଲା ସେମାନଙ୍କୁ ମାସ୍କ ପିନ୍ଧାଇଥିଲେ । ଏହା ସହିତ ଜନସାଧାରଣଙ୍କୁ ମାସ୍କ ବଂଟନ କରିଥିଲେ । ସେହିପରି ଜନସାଧାରଣମାନେ ପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବା ସମୟରେ କିପରି ସାମାଜିକ ଦୁରତ୍ୱ ରକ୍ଷା କରିବେ ସେଥିପ୍ରତି ଧ୍ୟାନ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ