ମେଦୁଆକଳା ଗାଁରେ ଅଗ୍ନିକାଣ୍ଡ, ୭ ବଖରା ସମ୍ପୂର୍ଣ୍ଣ ଧ୍ୱଂସ
ଯାଜପୁର, (ଯୁଗାବ୍ଦ ନ୍ୟୁଜ)ଯାଜପୁର ବରୀ ବ୍ଲକ ମନ୍ଦାରି ପଞ୍ଚାୟତ ମେଦୁଆକଳା ଗାଁରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନିଷ୍ଟ ହୋଇଛି । ଅଗ୍ନିକାଣ୍ଡରେ ୭ ବଖରା ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ଅନେକ ଗୃହପାଳିତ ପଶୁ ଆହାତ ହୋଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଗ୍ରାମର ଉଦ୍ଧବ ବେହେରା,ମଧୁସୂଦନ ବେହେରା ଓ ପୁରୁଷୋତ୍ତମ ବେହେରାଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ନିଆଁରେ ଏହି ବ୍ୟକ୍ତିମାନଙ୍କ ଘର ସମ୍ପୂର୍ଣ୍ଣ ଭାବେ ଚାଲି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ୬ଟି ଗାଇ ଗୁରୁତର ଭାବେ ଆହାତ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କlର ସମ୍ପତି ପିଡ଼ି ଯାଇଛି ବୋଲି ଘର ଲୋକ ପ୍ରକାଶ କରିଛନ୍ତି । ତେବେ ଏହି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ବୋଲି ଦମକଳ କେନ୍ଦ୍ରର ଅଧିକାରି ପ୍ରକାଶ କରିଛନ୍ତି ।


