ସଚେତନତା କରି ମାକ୍ସ ଓ ସାନିଟାଇଜର ପ୍ରଦାନ କରିଲେ ନିର୍ବାହୀ ଅଧିକାରୀ
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):କରୋନା ମହାମାରୀ କୋଭିଡ ୧୯ କୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ ଡାଉନ ନିର୍ଦ୍ଦେଶନାମା କଡାକଡି ପାଳନ କରାଯାଉଥିବା ବେଳେ କୋଣାର୍କ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ ।ଏହି ପରିପ୍ରେକ୍ଷୀରେ କରୋନା ବିପତ୍ତି ସମୟରେ ସଫେଇ କର୍ମଚାରୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୋଣାର୍କ ଅଞ୍ଚଳ କୁ ସ୍ଵଚ୍ଛ ରଖିବା ପାଇଁ ଏମାନେ ଦିନତମାମ ସଫେଇ କାର୍ଯ୍ୟ କରିଥାଆନ୍ତି। ସଫେଇ ସମୟରେ ବିଭିନ୍ନ ରୋଗ ସଂକ୍ରମଣ ଆଶଙ୍କା ରହିଥିବା ରୁ କର୍ମଚାରୀ ମାନଙ୍କୁ ମାକ୍ସ ଓ ସାନିଟାଇଜର କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍ ଶ୍ରି ନିବାସ ୫୬ ଜଣ କର୍ମଚାରୀଙ୍କୁ କରୋନା ସମ୍ପର୍କ ରେ ବୁଝାଇବା ସହ ମାକ୍ସ ଓ ସାନିଟାଇଜର ପ୍ରଦାନ କରିଛନ୍ତି। ଏନଏସି ପକ୍ଷରୁ ଅଙ୍ଗନ ୱାର୍ଡ କର୍ମୀ, ସ୍ବଚ୍ଛସାଥି,ଓ ଏନ ଏ ସି ମାନଙ୍କୁ ନେଇ ଗଠିତ ଏକ ଟିମ ଘର କୁ ଘର ବୁଲି କରୋନା ମହାମାରୀ ସମ୍ଵଧରେ ସଚେତନତା ସୃଷ୍ଟି କରିବା ସହ ମାକ୍ସ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା ସହ ନିୟମିତ ସାଵୁନ ରେ ହାତ ଧୋଇବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ନିୟମିତ ଭାବରେ କରୁଥିବା କୋଣାର୍କ ଏନ ଏସି ନିର୍ବାହୀ ଅଧିକାରୀ ଏମ ଶ୍ରୀ ନିବାସ ପ୍ରକାଶ କରିଛନ୍ତି।


