ଓଡିଶା ପୁରୁଷ ଉପକନିଷ୍ଠ ବକ୍ସିଂ ଦଳର ହରିଆଣା ଯାତ୍ରା
ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) ଚଳିତ ମାସ ୨୩ ତାରିଖ କଟକ ବାରବାଟି ଷ୍ଟାଡିୟମ ଠାରେ ସଚିନ ତେନ୍ଦୁଲକର ଇନର ହଲଠାରେ ଅନୁଷ୍ଠିତ ହୋଇଥିବା ପୁରୁଷ ଉପ କନିଷ୍ଠ ବକ୍ସିଂ ପ୍ରତିଯୋଗିତା ଓଡିଶା ଏକାଡେମିର ବକ୍ସିଂ ଏସୋସିଏସନ ଆନୁକୁଲ୍ୟରେ ସମାପ୍ତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଚୟନ କ୍ତ୍ତାମାନେ ଓଏବିଏର ସଂପାଦକ ଶ୍ରୀ ଅନିଲ ବହିଦାରଙ୍କ ଉପସ୍ଥିତିରେ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିଥିବା ୯ଜଣ ବକ୍ସରଙ୍କୁ ଚୟନ କରି ରାଜ୍ୟ ବକ୍ସିଂ ଦଳ ଗଠନ କରାଯାଇଛି । ଅମର ଧଳ, ଆଦିତ୍ୟ ନାୟକ , ରାହୁଲ ଦାସ , ବିଶାଲ ସାହୁ, ଯୋଗୀ ନନ୍ଦ , ଅନୁଭବ ନାୟକ , ସୌମ୍ୟରଞ୍ଜନ ପରୀଡା , ଅମ୍ଳାନ ରଥ କୋଚ ନ. ମାଧବ , ନାରାୟଣ ଜେନା, ଜାତୀୟ ରିଫେରି ତଥା ସ୍ଥାନୀୟ କୋଚ ଶିଶିର କୁମାର ପାଣିଗ୍ରାହୀ ଏଥିରେ ଯୋଗଦେଇଛନ୍ତି । ଏହି ଦଳ ହରିଆନା ରାଜ୍ୟର ରୋହିତକ ଠାରେ ଅନୁଷ୍ଠିତ ହେବାକୁ ଥିବା ଫାଷ୍ଟ – ସବ ଜୁନିୟର ମ୍ୟାନ ନ୍ୟାସନାଲ ବକ୍ସିଂ ଚାମ୍ପିଅନସିପ ରେ ଯୋଗ ଦେବାପାଇଁ ଆଜି ହରିଆନା ଗସ୍ତ କରିବେ । ଓଡିଶା ବକ୍ସିଂ ଦଳ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶା ପ୍ରକଟ କରିଛନ୍ତି ।