ପାତ୍ରପୁର ତହସିଲଦାରଙ୍କୁ ଦୁଃର୍ବ୍ୟବହାର ନେଇ ଓଏଏସ ସଂଘ ପକ୍ଷରୁ ପ୍ରତିବାଦ ସହ ନିନ୍ଦା

ଛତ୍ରପୁର (ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲଦାର ଙ୍କୁ ଦୁଃର୍ବ୍ୟବହାର ଘଟଣାକୁ ନିନ୍ଦା କରିଛି ଓଡ଼ିଶା ପ୍ରଶାସନିକ ସେବା ସଂଘ ଗଞ୍ଜାମ ଜିଲ୍ଲା ଶାଖା । ଏନେଇ ଆଜି ବ୍ରହ୍ମପୁର ଏସପି ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ଦେଇଛି ସଂଘ । ସଂଘ ପକ୍ଷରୁ ଦାବିପତ୍ର ଦିଆଯିବା ସହିତ ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛି ସଂଘ । ପାତ୍ରପୁର ତହସିଲଦାର ଶ୍ରୀନିବାସ ବେହେରା ଗତ ୨୧ତାରିଖ ଦିନ ଗୋଠଗାଁ ସଂଗରୋଧ କେନ୍ଦ୍ର କୁ ପରିଦର୍ଶନ ରେ ଯାଉଥିବା ବେଳେ ମହିଶାଣପୁର ସଂଗରୋଧ କେନ୍ଦ୍ର ନିକଟରେ ସାମାଜିକ ଦୂରତା ରକ୍ଷା ନକରି କିଛି ବ୍ୟକ୍ତି ମେଳି ହୋଇ ରହିଥିଲେ । ଏହାକୁ ବାରଣ କରିବା ପରେ କିଛି ବ୍ୟକ୍ତି ତହସିଲଦାରଙ୍କୁ ଗାଳି ଗୁଲଜ କରିବା ଓ ଦୁଃର୍ବ୍ୟବହାର କରିବା ସହ ହତ୍ୟା କରିବୁ ବୋଲି ମଧ୍ୟ ଧମକ ଦେଇଥିଲେ । ଏନେଇ ତହସିଲଦାର କେ. ନୂଆଗାଁ ଥାନାରେ ଏକ ଏତଲା ଦେଇଛନ୍ତି । ଆଜି ଏନେଇ ଓଡ଼ିଶା ପ୍ରଶାସନିକ ସେବା ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଛତ୍ରପୁର ସର୍କିଟହାଉସ ଠାରେ ଏକ ଜରୁରୀ ବୈଠକ ଶାଖା ର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଶାସନିକ ଅଧିକାରୀମାନେ ଦିନ ରାତି ଏକ କରି କୋଭିଡ- ବିରୋଧରେ କାର୍ଯ୍ୟ କରୁଥିବା ବେଳେ ଲୋକଙ୍କ ଏଭଳି ଆଚରଣକୁ ପ୍ରତିବାଦ କରିବା ସହ ତାଙ୍କୁ ସୁରକ୍ଷା ଯୋଗାଇଦେବା ସହ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏନଏସଏ ଲାଗୁ କରିବା ଓ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛି ସଂଘ । ଗଞ୍ଜାମ ଜିଲ୍ଲା ଭିତରକୁ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଓଡ଼ିଆ ପ୍ରବେଶ କରୁଛନ୍ତି । ସେମାନଙ୍କ ସଂଖ୍ୟା ଏବେ ୭୦ ହଜାରରୁ ଉର୍ଦ୍ଧ୍ୱ ହୋଇ ସାରିଲାଣି । ସଙ୍ଗରୋଧ କେନ୍ଦ୍ରରେ ସେମାନେ କିପରି ଶୃଙ୍ଖଳିତ ଭାବେ ରହିବେ, ଉତ୍ତମ ଖାଦ୍ୟ ଖାଇବେ ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କର ଚିକିତ୍ସା କରାଯାଇ ପାରିବ ତାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ବିଭାଗ, ପୁଲିସ ଅଧିକାରୀ ସମସ୍ତେ ଦିନ ରାତିକୁ ଏକ କରି ଦେଇଛନ୍ତି । ନିସ୍ୱାର୍ଥପର ଭାବେ କରୋନାରୁ ମୁକ୍ତି ପାଇବା ପାଇଁ ଲୋକଙ୍କ ସେବା କରି ଆସୁଛନ୍ତି । ତେବେ ଏସବୁ ଭିତରେ ପ୍ରଶାସନିକ ଅଧିକାରୀଙ୍କ ପ୍ରତି ଦୁର୍ବବ୍ୟବହାର ଏବେ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ବିଶେଷ କରି ଏପରି ଘଟଣାର ଶିକାର ଓଏଏସ୍ ଅଧିକାରୀ ହୋଇଥିବାରୁ ତାକୁ ନେଇ ଜିଲ୍ଲା ଓଏଏସ୍ ସଂଘ ଅସନ୍ତୋଷ ବ୍ୟକ୍ତ କରିବା ସହ ତାତି ଉଠିଛି । ପରେ ସଂଘ ପକ୍ଷରୁ ଏନେଇ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଏସପିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସ୍ମାରକ ପତ୍ର ପ୍ରଦାନ ବେଳେ ସଂଘର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ତଥା ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ଡ଼େପୁଟି କଲେକ୍ଟର ଡ. ବିଜୟାନନ୍ଦ ସେଠୀ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ତହସିଲଦାର ନିଳମାଧବ ଭୋଇ, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସ, ପାତ୍ରପୁର ତହସିଲଦାର ଶ୍ରୀନିବାସ ବେହେରା, ରଙ୍ଗେଇଲୁଣ୍ଡା ବିଡିଓ କେ. ନାଗଭୂଷଣଙ୍କ ସମେତ ସଂଘର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ l ପ୍ରକାଶ ଥାଉକି ଯେ ମେ 20 ତାରିଖ ଗଞ୍ଜାମ ଥାନା ଅନ୍ତର୍ଗତ ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତି ନୂଆଗାଁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର କୁ ଛତ୍ରପୁର ବିଡ଼ିଓ ଅମ୍ବିକା ପ୍ରସାଦ ଦାଶ ପରିଦର୍ଶନ କରିବା ପାଇଁ ଯାଇଥିବା ବେଳେ ବାଟରେ ତେଲୁଗୁ ନୂଆଗାଁ ସ୍ଥିତ ଖେଳ ପଡିଆ କିଛି ସ୍ଥାନୀୟ ଯୁବକ କ୍ରିକେଟ ଖେଳୁ ଥିଲେ l ଏହାକୁ ବିଡ଼ିଓ ଶ୍ରୀ ଦାଶ ବାରଣ କରିଥିଲେ ସେମାନଙ୍କ ପାଖକୁ ଯାଇ ଘଉଡ଼ାଇ ଥିଲେ l ମାତ୍ର କିଛି ଯୁବକ ମାନେ ଉତକ୍ଷିପ୍ତ ହୋଇ ବିଡ଼ିଓ ଙ୍କ ସହ ପାଟିତୁଣ୍ଡ କରିବା ସହିତ ଆକ୍ରମଣ କରିଥିଲେ । ଏହାକୁ ନେଇ ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ବିଡ଼ିଓ । ଏହି ଘଟଣାରେ ଗଞ୍ଜାମ ଥାନା ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ