ଚାଇଲଡ ଲାଇନ ପକ୍ଷରୁ ଅସହାୟ ଶିଶୁଙ୍କୁ ସହାୟତା

ହାଟଡିହି (ଓ୍ବାଇଏନ୍ଏସ୍) : ବାଲିବରେଇ ପଞ୍ଚାୟତର ବିଣାପାଟିଆ ଗ୍ରାମର ଚାରି ଅସହାୟ ଶିଶୁଙ୍କୁ ଆନନ୍ଦପୁର ଚାଇଲଡ ଲାଇନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ସୀତା ମୁର୍ମୁ, ସରିତା ମୁର୍ମୁ, ରାହୁଲ ମୁର୍ମୁ ଓ ମିଥୁନ ମୁର୍ମୁ ପ୍ରମୁଖ ଚାରି ଶିଶୁଙ୍କ ବାପା ଜେଲରେ ଥିବାବେଳେ ମା କେଉଁଆଡେ ପଳାଇବା ପରେ ଏମାନେ ଅସହାୟ ଅବସ୍ଥାରେ ନିଜ ସାନବାପା ପାଖରେ ଆଶ୍ରିତ । ବର୍ତ୍ତମାନ ଲକଡାଉନ ସମରେ ସେମାନେ ବହୁ ଦୁଖଃକଷ୍ଟରେ କାଳାତିପାତ କରୁଛନ୍ତି । ଆଜି ଆନନ୍ଦପୁର ଚାଇଲଡ ଲାଇନ ସଂଯୋଜକ ନରେନ୍ଦ୍ର ପରିଡା, ସଭ୍ୟ ଆଡଭୋକେଟ ଭାଗିରଥି ଦାସ, ଆନନ୍ଦ ସାହୁ, ସଶ୍ମିତା ମହାନ୍ତି, ହିମାଶୁଂ ରାମ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶିଶୁ ମାନଙ୍କୁ ରାସନ ସାମଗ୍ରୀ, ଚୁଡା, ବିସ୍କୁଟ, ତେଲ, ସାବୁନ, ମାସ୍କ ଆଦି ପ୍ରଦାନ କରିବା ସହିତ ସେମାନଙ୍କ ଭଲମନ୍ଦ ବିଷୟରେ ପଚାରି ବୁଝିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ