ପୁଲିସ ମହାନିର୍ଦେଶକଙ୍କ ଗଂଜାମ ଜିଲ୍ଲାରେ କୋଭିଡ୍‌ ସମୀକ୍ଷା

ଛତ୍ରପୁର, (ଓ୍ବାଇଏନ୍ଏସ୍) : ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ବୁଧବାର ଗଞ୍ଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାରେ କୋଭିଡ୍‌-୧୯ ସଂପର୍କିତ ନିୟମ ପ୍ରବର୍ତ୍ତନ ଓ ସୀମା ବନ୍ଦ ଆଦି ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଛତ୍ରପୁର ସ୍ଥିତ ଗଞ୍ଜାମ ପୁଲିସ ଜିଲ୍ଲା ମୁଖ୍ୟାଳୟରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଏସ୍‌ପି ବ୍ରିଜେଶ୍ କୁମାର ରାଏ ଏବଂ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ ସହ ଜିଲ୍ଲାରେ କୋଭିଡ୍‌-୧୯ ସ୍ଥିତି ବାବଦରେ ବିସ୍ତୃତ ଆଲୋଚନା କରିଥିଲେ । ପରେ ଗଞ୍ଜାମ ଜିଲ୍ଲାବୀସଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଏବେ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଓ ପୁଲିସକୁ ସହଯୋଗ କରିଆସିଛନ୍ତି । ମୁଁ ଜିଲ୍ଲାବାସୀଙ୍କୁ ଅପିଲ ମଧ୍ୟ କରୁଛି ଯେ, ଆସନ୍ତାକାଲିଠୁ ସଟ୍‌ଡାଉନ୍ ଆରମ୍ଭ ହେଉଛି ଏବଂ ଜିଲ୍ଲା ସୀମାନ୍ତ ସିଲ୍ କାର୍ଯ୍ୟକ୍ରମକୁ ଉତ୍ତମ ଭାବେ ସହଯୋଗ କରନ୍ତୁ । ଆମ ପୁଲିସ ଭାଇଭଉଣୀମାନଙ୍କୁ ବିଶେଷ ପ୍ରଶଂସା କରୁଛି । ସେମାନେ ଖୁବ୍ ଭଲ କାର୍ଯ୍ୟ କରୁଛନ୍ତି । ଆଜିର ସମୀକ୍ଷାରୁ ଜଣାପଡିଛି ୫ ଜଣ ପୁଲିସ କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇ ସଂଗେ ସଂଗେ କାର୍ଯ୍ୟରେ ଯୋଗଦେଇଛନ୍ତି । ଜଣେ ଡିଏସ୍‌ପି, ଜଣେ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ବିଭିନ୍ନ ପଦବୀରେ ଅଛନ୍ତି । ଏହି ୫ ଜଣ କର୍ମଚାରୀ ପୁଲିସର ସେବାମନୋବଳ ସଦୃଢ କରିବା ସହ କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇଛନ୍ତି । ଆରକ୍ଷୀ ମହାନିର୍ଦ୍ଦେଶକ ଆହୁରୀ କହିଛନ୍ତି ଯେ, କୌଣସି ଜରୁରୀ ନଥିଲେ ପୁଲିସ ଥାନାକୁ ଆସନ୍ତୁ ନାହିଁ । ସଂପୃକ୍ତ ଥାନା ଗୁଡିକର ସିୟୁଜି, ଲେଣ୍ଡା ଲାଇନ୍ ନମ୍ବର ଅଛି ସେଥିରେ ସେମାନଙ୍କ ଅଭିଯୋଗକୁ ଜଣାଉନ୍ତୁ ସଂଗେ ସଂଗେ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯିବ । ଆସନ୍ତାକାଲି ଠାରୁ ଗଞ୍ଜାମରେ ସଟ୍‌ଡାଉନ୍ ଆରମ୍ଭ ହେଉଛି ଏବଂ ଜିଲ୍ଲାର ସୀମାନ୍ତକୁ ସିଲ୍ ଉପରେ ସେ ସହରରେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ସହ ଆଲୋଚନା କରି ସେମାନଙ୍କୁ କାର୍ଯ୍ୟସ୍ଥଳରେ ସାମାଜିକ ଦୂରତ୍ୱ ଅବଲମ୍ବନ ସହ କୋଭିଡ୍‌-୧୯ ସଂପର୍କିତ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ କାର୍ଯ୍ୟରତ ପୁଲିସ ଅଧିକାରୀ ଓ କର୍ମଚାରୀ କଠିନ ପରିଶ୍ରମର ସେ ପ୍ରଶଂସା କରିବା ସହ ପୁଲିସକୁ ସହଯୋଗ ପାଇଁ ଗଞ୍ଜାମ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ । ସମୀକ୍ଷା ପୂର୍ବରୁ ପୁଲିସ ଡିଜି ଅଭୟ ଜିଲ୍ଲାକୁ ପ୍ରଥମେ ଆସି ସେ ଗଞ୍ଜାମ-ଖୋର୍ଦ୍ଧା ଜିଲ୍ଲାର ସିଲ୍ ସୀମା ଯାଞ୍ଚ କରି ସେଠାରେ କାର୍ଯ୍ୟ କରୁଥିବା ପୋଲିସ୍ କର୍ମଚାରୀ ଏବଂ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଆବଶ୍ୟକତା ଅନୁଯାୟୀ ନିର୍ଦ୍ଦେଶ ଦେଇଥିଲେ। ଲୋକଙ୍କ ଗତିବିଧିକୁ କିପରି ବନ୍ଦ କରାଯିବ ଏବଂ କଠୋର ଅନୁସନ୍ଧାନ କରିବାକୁ ମଧ୍ୟ କୁହାଯାଇଛି, ଯାହା ଦ୍ୱାରା ଅନାବଶ୍ୟକ ଟ୍ରାଫିକ୍ ବନ୍ଦ ହୋଇପାରିବ। ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ପ୍ରବେଶ ପଥରେ ଛକ ଯାଞ୍ଚ କରାଯାଉଛି। ସୀମାରୁ ଫେରିବା ପରେ ଡିଜି ଛତ୍ରପୁରରେ ସମୀକ୍ଷା ବୈଠକ କରିଥିଲେ। ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଏହି ଗସ୍ତ ଜିଲ୍ଲା ପୁଲିସର ମନବଳଙ୍କୁ ଉଚ୍ଚ କରିବାରେ ନିଶ୍ଚୟ ସହାୟକ ହେବ ବୋଲି ଦକ୍ଷିଣାଞ୍ଚଳ ଡିଆଇଜି ଭୋଇ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ