ରୋହିଆ ପଂଚାୟତରେ ଫନି ସହାୟତା ପ୍ରଦାନରେ ଅନିୟମିତତା ହୋଇଥିବା ଜିଲାପାଳଙ୍କୁ ଅଭିଯୋଗ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ରୋହିଆ ପଂଚାୟତରେ ଫନି ସହାୟାତ ପ୍ରଦାନରେ ଅନିୟମିତତା ହୋଇଥିବା ମଙ୍ଗଳବାର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଙ୍କୁ ଲିଖିତ ଅଭିଯେଗା କରାଯାଇଛି । ଏହାର ଏକକିତା ନକଲ କପି ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଜଗତସିଂହପୁର,ତହସିଲଦାର ନାଉଗାଁ ଙ୍କୁ ପ୍ରଦାନ କରାଯାଇଛି । ପଂଚାୟତର ଅଶୋକ କୁମାର ନାୟକ,ପ୍ରିୟ ବ୍ରତ ନାୟକ,ରମେଶ ସ୍ୱାଇଁ,ଶ୍ୟାମ ସୁନ୍ଦର ନାୟକ,ହରି ନାୟକ ,ମାନସ ନାୟକ ଆଦି ଙ୍କ ସ୍ୱାକ୍ଷରରେ ପ୍ରଦାନ କରା୍‌ଇାଥିବା ଅଭିଯେଗା ମୁତାବକ ଉକ୍ତ ପଂଚାୟତରେ ଗ୍ରାମ୍ୟ କୃଷି ସେବକ ଓ ରାଜସ୍ୱ ନିରିକ୍ଷକ ଉଭୟ ମିଳିତ ଭାବେ କ୍ଷୟ କ୍ଷତିର ଆକଳନ କରୁଥିଲେ ।ସରକାରୀ େଓବସାଇଡ ରୁ ମିଳୀଥିବା ତଥ୍ୟ ଅନୁସାରେ ବଂଟନ କରାଯାଇଥିବା ସହାୟାତ ଅଯୋଗ୍ୟ ହିତାଧିକାରୀ ଙ୍କୁ ପ୍ରଦାନ କରାଯାଇଛି । ଏହାର ସଠିକ ତଦନ୍ତ କରାଯାଇ ଯୋଗ୍ୟ ଚାଷି ଙ୍କୁ କ୍ଷତି ପୁରଣ ପ୍ରଦାନ ପାଇଁ ଅଭିଯେଗାରେ ଦର୍ସାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ