ଚାର୍ଡ୍ସ ଇଣ୍ଟିଗ୍ରେଟେଡ ମଡେଲ ସ୍କୁଲରେ ୭୩ ତମ ସ୍ୱାଧୀନତା ଦିବସ ପାଳିତ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଚାର୍ଡ୍ସ ଇଣ୍ଟିଗ୍ରେଟେଡ ମଡେଲ ସ୍କୁଲରେ ୭୩ତମ ସ୍ୱାଧୀନତା ଦିବସ ବିଦ୍ୟାଳୟ ପ୍ରତିଷ୍ଠାତା ଗଣେଶ୍ୱର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ଆଇନଜୀବୀ ତଥା ଶ୍ରମମିକ ନେତା ଶାନ୍ତନୁ ଦାସ, ସାମ୍ବାଦିକ ଚୈତନ୍ୟ ପ୍ରସାଦ ଦାସ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ସମ୍ମାନୀତ ଅତିଥି ଭାବେ ସଭ୍ୟ ଭରତ ଲାକ୍ରା ଏବଂ ବାସୁଦେବ ରାଉଳ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ପ୍ରାତଃ ପ୍ରଭାତ ଫେରୀ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମହାନ୍ତି ଏବଂ ସମାଜସେବୀ ରାଜେଶ ଗିରି ଯୋଗ ଦେଇ ଥିଲେ । ସମାଜର ଅବହେଳିତ, ନଷ୍ପେସିତ, ବସ୍ତି ଅଞ୍ଚଳର ପିଲାମାନେ ଯଥା ଗଳାପୋଲ, ଅରଡ ବଜାର, ଗୋଧିବସା, ନୂଆବଜାର ଏବଂ ଦର୍ଜୀ ପୋଖରୀ ଅଞ୍ଚଳର ପ୍ରଭାତ ଫେରୀ ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିଥିଲେ । ସକାଳେ ନୂଆବଜାର ଅଞ୍ଚଳର ପରିବା ବ୍ୟବସାୟୀମାନେ ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ଶତାଧିକ ଗୋଳାପୋଲ ବାସିନ୍ଦା ସହଯୋଗ କରିଥିଲେ । ପରିଚାଳନା କମିଟି ସଂପାଦିକା ସସ୍ମିତା ରାଉତ ଅତିଥି ପରିଚୟ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ରୀତାରାଣୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତ୍ରିଲୋଚନ ବେହେରା, ଧରିତ୍ରୀ ତରାଇ, ମାନସୀ ବେହେରା, ଜ୍ୟୋସ୍ନାରାଣୀ ମହାନ୍ତି, ଦେବସ୍ମିତା ବେହେରା, ମାନସ କୁମାର ନାୟକ, ନମିତା ମହାପାତ୍ର ଏବଂ ସ୍ନେହଲତା ମହାନ୍ତି ସହଯୋଗ ଓ ପରିଚାଳନା କରିଥିଲେ । ଅତିଥିମାନଙ୍କ ଦ୍ୱାରା ପିଲାମାନଙ୍କୁ ପ୍ରାତଃ ଭୋଜନରେ ଆପାୟିତ କରାଯାଇଥିଲା ।