ଯୋଜନା ହେଲା ଫେଲ ଧରାପଡ଼ିଲେ ଦୃବୁତ୍ତ
ଜୟପୁର ,(ଓ୍ବାଇଏନ୍ଏସ୍): ଜୟପୁର ଟାଉନ ପୋଲିସ ଏକ ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି | ଏହି ଡକାୟତି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ ,ଜୟପୁର ସତିଗୁଡା ଡ୍ୟାମ ଛକ ନିକଟରେ ବିଳମ୍ବିତ ରାତ୍ର ରେ କେତେଜଣ ଦୃବୁତ୍ତ ଡକାୟତି କରିବାର ଖବର ଜୟପୁର ଟାଉନ ପୋଲିସ ଙ୍କ ନିକଟରେ ପହଞ୍ଚିଥିଲା | ଏହି ଖବର ପାଇବା ପରେ ପୋଲିସ ,ଜୟପୁର ସତିଗୁଡା ଡ୍ୟାମ ଛକ ନିକଟ ପଡିଆ ଉପରେ ଚଢ଼ାଉ କରିଥିଲେ | ଖବର ଅନୁଯାୟୀ ଦୃବୁତ୍ତ ମାନେ ମାରଣାସ୍ତ୍ର ଧରି ପ୍ରସାଦରାଓ ପେଟା ଠାରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ | ଠିକ ସେତିକିବେଳେ ପୋଲିସ ଚଢ଼ାଉ କରି ସିମିଲିଗୁଡ଼ାର ଈଶୁରାଜ ହିଆଲ,ଜୟପୁର ଖାଲ ସାହିର ସାଇ ଜାନି,ବାମୁଣୀ ଗାଁ ର ହରିଶ ହରିଜନ,ବାପୁଜୀ ନଗର ଶଙ୍କର ଟାକରି,ଜଗଦୀଶ ନାଗ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା | ଏହା ସହ ତାଙ୍କଠାରୁ ତିନୋଟି ଟର୍ଚ୍ଚ ଲାଇଟ , ଦୁଇ ପେକେଟ ଲଙ୍କାଗୁଣ୍ଡ,ଖଣ୍ଡା,ତିନୋଟି ଲୁହା ରଡ଼ ଜବତ କରିବା ସହ ମାମଲା ରୁଜୁ କରି ୫ ଜଣଙ୍କୁ ଗିରଫ କରି କୋଟ ଚାଲାଣ କରିଛି |