ଥାନା ପରିସରରୁ ବାଇକ୍‍ ଚୋର ଫେରାର୍‍

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକ ଅନ୍ତର୍ଗତ ସାରଙ୍ଗଡ଼ ଥାନାରୁ ଏକ ବାଇକ୍‍ ଚୋର ଚମ୍ପଟ ମାରିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି। ଏହି ଘଟଣା ପରେ ସାରଙ୍ଗଡ଼ ପୁଲିସ୍‍ ଫେରାର୍‍ ଅଭିଯୁକ୍ତକୁ ଖୋଜିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ସନ୍ଧାନ ମିଳିନ ଥିବା ଜଣାଯାଇଛି।ଖବର ପ୍ରକାରେ, ଏକ ସପ୍ତାହ ପୂର୍ବରୁ ସାରଙ୍ଗଡ ନିକଟ ବଣ୍ଡଗୁଡ଼ା ଅଞ୍ଚଳରୁ ମିଟୁ ପୃଷ୍ଟିଙ୍କ ବାଇକ୍‍ ଚୋରି ହୋଇଯାଇଥିଲା। ଏ ସଂପର୍କରେ ଥାନାରେ ଅଭିଯୋଗ ହୋଇଥିଲା। ଚୋର ଜଣକ ଚୋରି ବାଇକ୍‍ ଧରି ୧୨ ତାରିଖରେ ଫେରାର୍‍ ହେଉଥିବା ବେଳେ ଦୁର୍ଘଟଣାର ଶୀକାର ହେବା ଖବର ପାଇ ସାରଙ୍ଗଡ଼ ପୁଲିସ୍‍ ପହଞ୍ଚି ଫେରାର୍‍ ଅଭିଯୁକ୍ତ ପ୍ରିୟ ରଂଜନ ପ୍ରଧାନକୁ ଧରିବା ସହିତ ଥାନାରେ ଅଟକ ରଖିଥିଲା। ସେ ବଣ୍ଡଗୁଡ଼ା ଅଞ୍ଚଳର ଗିନ୍ଦାପଙ୍ଗା ଗ୍ରାମର ବୋଲି ଜଣାପଡ଼ିଛି। ତେବେ ଅଭିଯୁକ୍ତ ଜଣକ କୌଶଳ କ୍ରମେ ଥାନାରୁ ଚମ୍ପଟ ମାରିଥିବା ଜଣାଯାଇଛି। ଫେରାର ଚୋରକୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ଥାନା ଅଧିକାରୀ ଅନିତା କିଡ଼ୋ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ