ପବ୍ଲିକ ଆସୋସିଏସନ ତରଫରୁ;ବିବେକାନନ୍ଦ ପାର୍କ ସଫେଇ
ଗଞ୍ଜାମ, (ଓ୍ବାଇଏନ୍ଏସ୍):ପବ୍ଲିକ ରାଇଟ ଆସୋସିଏସନ ତରଫରୁ ଗଞ୍ଜାମ ସହର ସ୍ଥିତ ତିନି ନମ୍ବର ୱାଡ଼ ରେ ଥିବା ବିବେକାନନ୍ଦ ଶିଶୁ ଉଦ୍ୟାନ ସଫେଇ କରିବା ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପବ୍ଲିକ ରାଇଟ ଆସୋସିଏସନ ର ବ୍ଲକ ସଭାପତି ସାନ୍ତୁନ କୁମାର ବାରିକ ଓ ଏନଏସି ସଭାପତି ସୁଦର୍ଶନ ପାଢୀ ଙ୍କ ତ୍ବତାବଧାନରେ ଏହି ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ରେ ଚନ୍ଦନ ବେହେରା, ସଂଯୁକ୍ତା ମହାରଣା, ଜାନକୀ ମହାରଣା , ଶୁଭଶ୍ରୀ ମହାରଣା, ସବିତା ପଟ୍ଟନାୟକ, ବିଜୟ ଲାଷ୍ମୀ ପାତ୍ର, ମଞ୍ଜୁଲତା ମହାନ୍ତି,ପ୍ରଭାତୀ ବେହେରା, ରଶ୍ମିତା ବେହେରା ପ୍ରମୁଖ ଯୋଗଦେଇ ସଫେଇ କରିଥିଲେ । ଏହି ଅବସରରେ କରୋନା ସଂକ୍ରମଣ ରୋକିବା, ନିଶାନିବାରଣ, ବୃକ୍ଷରୋପଣ ରୋପଣ, ସଡକ ସୁରକ୍ଷା , ନାବାଳିକା ବାହାଘର ରୋକିବା , ରକ୍ତଦାନ , ନେଇ ଲୋକଙ୍କୁ ସଚେତନତା କରାଇଥିଲେ । ଏହିଭଳି କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।


