ସି.ଆର.ସି.ସି ଙ୍କୁ ମିଳୁନି ଏଫଟିଏ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ଶିକ୍ଷା ବ୍ୟବସ୍ଥାର ତଦାରଖ, ସ୍କୁଲ ମାନଙ୍କୁ ପାଠ୍ୟପୁସ୍ତକ ଯୋଗାଣ, ଶିକ୍ଷକ ମାନଙ୍କୁ ପରାମର୍ଶ, ବିଦ୍ୟାଳୟ ସହ ବିଇଓ କାର୍ଯ୍ୟାଳୟ ସହିତ ସମନ୍ୱୟ ରଖି ସମସ୍ତ ପ୍ରକାର ତଥ୍ୟ ଦେବାପାଇଁ ସିଆସିସି ମାନେ ନିଯୁକ୍ତି ପାଇଛନ୍ତି । ସିଆରସିସି ମାନେ ନିଜ ଅଞ୍ଚଳରେ ଥିବା ବିଦ୍ୟାଳୟ ଗୁଡିକ ପରିଦର୍ଶନ କରିବା ସହିତ ପାଠ୍ୟପୁସ୍ତକ ବଣ୍ଟନ, ମଧ୍ୟାହ୍ନ ଭୋଜନ ପରିଚାଳନାର ତଦାରଖ ମଧ୍ୟ କରୁଛନ୍ତି । କିନ୍ତୁ ହାଟଡିହି ବ୍ଲକରେ କାର୍ଯ୍ୟରତ ସିଆରସିସି ମାନଙ୍କୁ ୧୭/୧୮ ଓ ୧୯/୨୦ ଆର୍ଥିକ ବର୍ଷର ଏଫଟିଏ ମିଳିନଥିବା ଓ ୨ବର୍ଷ ହେଲା ଉଜ୍ଜଳ ଉଥାନ ବହି ଯୋଗାଣର ପରିବହନ ଖର୍ଚ୍ଚ ମିଳିନଥିବା ଅଭିଯୋଗ କରିଛନ୍ତି । ଫଳରେ ସିଆରସିସି ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ସେମାନେ ସର୍ବଶିକ୍ଷା କାର୍ଯ୍ୟରେ କୌଣସି କାର୍ଯ୍ୟରେ ସହଯୋଗ କରିବେନି ବୋଲି ରାମଚନ୍ଦ୍ର ସାହୁ, ପ୍ରଫୁଲ ସାହୁ, ଯତିବ୍ରତ ସ୍ୱାଇଁ, ଶ୍ରୀକାନ୍ତ ସେଠୀ, ପ୍ରଭାକର ବେହେରା, ଗଦାଧର ଜେନା, ମୃତ୍ୟୁଞ୍ଜୟ ନନ୍ଦ, କେଶବ ଚନ୍ଦ୍ର କର, ଅକ୍ଷୟ ଖଟୁଆ, ପ୍ରଦୀପ କୁମାର ଦେହୁରୀ, କୃଷ୍ଣଚନ୍ଦ୍ର ନାୟକ, ରବିନ୍ଦ୍ର କୁମାର ସାହୁ, ବିଷ୍ଣୁ ସାହୁ, ରତ୍ନାକର ସାହୁ, ଦେବେନ୍ଦ୍ର ନାଥ ସା, କୃଷ୍ଣଚନ୍ଦ୍ର ନାୟକ, ଜତିନ୍ଦ୍ର କୁମାର ମଲ୍ଲିକ, ରବିନ୍ଦ୍ର କୁମାର ସାହୁ ପ୍ରମୁଖ ବିଇଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ