ଚାଷୀ ଏବେ ଚିନ୍ତାରେ, ଅମଳ ସମୟରେ ବର୍ଷା
ମୋହନା,(ଅଂଶୁମାନ ପଣ୍ଡା): ଦେଶକୁ ବଞ୍ଚାଇବା ପାଇଁ ଦୁଇ ମହାନ ଯବାନ ନିଜର ଜୀବନ କୁ ବାଜି ଲଗାଇ ଦେଇଛନ୍ତି | ପ୍ରଥମ ଯିଏକି ଦିନ ରାତି ଏକ କରି ଦେଶକୁ ଶତ୍ରୁଙ୍କ କବଳରୁ ସୁରକ୍ଷା ଯୋଗାଉଛି | ସେପରି ଜଣେ କିଷାନ ଯିଏକି ବାକି ହୋଇ ନିଜ ପେଟ କୁ ନଖାଇ ଖରା ବର୍ଷା ଶୀତରେ ହଳ କରି ମୁଣ୍ଡର ଝାଳ ତୁଣ୍ଡେ ଦେଇ ଚାଷ ଅମଳ କରି ଲୋକଙ୍କ ପେଟକୁ ଦାନ ଦେଉଛି | କିନ୍ତୁ ସେହି କିସାନ ପାଇଁ ସରକାର ଚୁପ ହୋଇ ରହିଛନ୍ତି |ନାଁକୁ ମାତ୍ର ସବୁ ଯୋଜନା କିନ୍ତୁ ଚାଷୀ କେତେ ଯେ କ୍ଷତି ସହୁଛି ତାର ହିସାବ ନାହିଁ | ଶେଷରେ ଋଣ ଭାର ନସହି ପାରି ଆତ୍ମହତ୍ୟା କରୁଛନ୍ତି ଚାଷୀ ମାନେ | ଗତ ଦୁଇ ଦିନ ତଳେ ହୋଇଥିବା ଲଘୁଚାପ ଜନିତ ବର୍ଷାରେ ବହୁ ଜାଗାରେ ମକା ଗଛ ନଷ୍ଟ ହେବା ସହ ଗଜା ମଧ୍ୟ ଧରିଲାଣି | ବହୁ ଏକର ଜମିରେ ଚାଷ ନଷ୍ଟ ହୋଇପଡିଛି | ଚାଷୀ ଏବେ ଚିନ୍ତାରେ,କିଛି ମାସ ତଳେ ମକାରେ ପୋକ ଲାଗିବାରୁ କିଛି ନଷ୍ଟ ହୋଇଥିଲା | କିଛି ଗଛରେ ଔଷଧ ପକାଯାଇ ରଖାଯାଇଥିଲା କିନ୍ତୁ ବର୍ତ୍ତମାନ ଅମଳ ସମୟରେ ବର୍ଷା ଦାଉ ସାଜୁଛି | ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୋହନା ବ୍ଲକର ଗୋବିନ୍ଦପୁର ପଞ୍ଚାୟତ,ମଳାସପଦର ପଞ୍ଚାୟତ,କର୍ଚ୍ଚବାଡ଼ି ପଞ୍ଚାୟତ, ଭଳି ପ୍ରତେକ ପଞ୍ଚାୟତରେ ମକା ଫୋସଲ ନଷ୍ଟ ହୋଇଛି | ପ୍ରତେକ ପଞ୍ଚାୟତରେ ୨୦ ଏକରରୁ ଉର୍ଦ୍ଧ ଜମିରେ ଚାଷୀ ମାନେ ମକା ଚାଷ କରିଥିଲେ | ସାଉକାର ଠାରୁ ମଞ୍ଜି ଋଣରେ ଆଣିଥିଲେ ଓ ଭାବିଥିଲେ କିଛି ଅମଳ କରି ଆଣିଥିବା କରଜକୁ ସୁଜିଦେବେ | ଏଥିପାଇଁ ଚାଷୀମାନେ ବହୁ ଆଶା ରଖିଥିଲେ | କିନ୍ତୁ ଚାଷୀ ମାନଙ୍କ ସ୍ୱପ୍ନ ସ୍ୱପ୍ନରେ ରହିଗଲା | ଗୋବିନ୍ଦପୁର ପଞ୍ଚାୟତରେ ପ୍ରତେକ ଚାଷୀ ଦୁଇରୁ ତିନି ଏକର ଜମିରେ ମକା ଚାଷ କରିଥିଲେ ହେଲେ ଗତ ଚାରି ଦିନିଆ ବର୍ଷାରେ ସବୁ ଗଛ ତଳେ ପଡିଯାଇଛି | ଯାହା ଫଳରେ ମକରେ ଗଜା ଧରିଲାଣି ଯେଉଁ ସମୟରେ ମକା ବିକିବାର ଥିଲା ତାହା ଗଜା ହେଲା ବର୍ତ୍ତମାନ ଏହାକୁ କିଣିବାକୁ ରାଜି ହେଉ ନାହାନ୍ତି ବେପାରୀ | ସରକାରୀ ଦର ୧୭ ରୁ ୨୦ ଥିବା ବେଳେ ବଜାର ବେପାରୀ ମାନେ ୮ଟଙ୍କା ରୁ ୧୦ଟଙ୍କା ରେ କିଣୁଛନ୍ତି ଯାହା ଫଳରେ କ୍ଷତି ସହୁଛି ଚାଷୀ | ମଞ୍ଜି ଅଛି କିନ୍ତୁ କାମରେ ଅସୁନି | ଏବେ ଗୋଟେ ଲଘୁଚାପ ନ ସରୁଣୁ ଫୁଣି ଏକ ବାତ୍ୟା ଆସିଲାଣି ଯାହା ଫଳରେ ଚାଷୀ ଭୟରେ ମକା ତୋଳି ନେଇ ଘରେ ରଖୁଛନ୍ତି | ତାହାଭି କିଛି ଭଲ ଅଛି ତ କିଛି ଗଜା ହେଲାଣି କିନ୍ତୁ କୌଣସି ସରକାରୀ ଅଧିକାରୀ ମାନେ ବର୍ତ୍ତମାନ ସୁଦ୍ଧା ଦେଖିବାକୁ ଆସିନାହାନ୍ତି କି ବାତ୍ୟା ପାଇଁ କୋଣସି ସତର୍କ କରାଇନାହାନ୍ତି | ତେବେ ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କୁ ଯଦି କିଛି ସାହାଯ୍ୟ କରିବେ ତେବେ ସେମାନେ ନିଜ କରଜ ସୁଜି ଅଧିକ ଚାଷ କରି ବିକ୍ରି କରିପାରନ୍ତେ ବୋଲି ଚାଷୀ ମାନେ କହିଛନ୍ତି |