କୁଏତେ ଦିବଂଗତ ସମ୍ରାଟଙ୍କୁ ଭାରତ ତରଫରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,(ୱାଇଏନ୍ଏସ୍): ୧୨ ଅକ୍ଟୋବର କୁଏତର ସମ୍ରାଟ ଶେଖ ସବାହଙ୍କ ବିୟୋଗରେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ତରଫରୁ ସାରା ଦେଶକୁ ପ୍ରତିନିଧିତ୍ୱ କରି ସେ ଦେଶର ବର୍ତମାନ ସମ୍ରାଟ ଶେଖ ନୱାଫଙ୍କୁ ସାକ୍ଷାତ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧଲମତନ୍ଦ୍ର ପ୍ରଧାନ । କୁଏତର ଦିବଂଗତ ସମ୍ରାଟଙ୍କୁ ଆରବ କୁଟନୀତିର ଭୀଷ୍ମ ପିତାମହ ଭାବରେ ବର୍ଣ୍ତନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଏହି ଦିବଂଗତ ନେତା ବିଶ୍ୱରେ ଶାନ୍ତି, ସଦଭାବ ଓ ସ୍ଥିରତା ପାଇଁ ଗୁରୁତ୍ୱପୂର୍ଣ୍ତ ଭୂମିକା ନେଇଥିବା ଦେଶକୁ ପ୍ରତିନିଧିତ୍ୱ କରି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଦିବଂଗତ କୁଏତ ସମ୍ରାଟ ଶେଖ ସବାହ ଭାରତ ସହ ଦ୍ୱିପାକ୍ଷିକ ସମ୍ପକତକୁ ମଜଭୂତ କରିବା ସହ କୁଏତଲର ବସବାସ କରୁଥିବା ଭାରତୀୟ ସମୁଦାୟଙ୍କର ମଧ୍ୟ ଉପଯୁକ୍ତ ଯତ୍ନ ନେଇଥିବା ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ ଶୋକାଵ୍ୟକ୍ତ କରିବା ପରେ କୁଏତର ବର୍ତମାନର ସମ୍ରାଟ ଶେଖ ନୱାଫ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ଭାରତବାସୀଙ୍କ ପ୍ରତି ତାଙ୍କର ଧନୟବାଦ ବ୍ୟକ୍ତ କରିଛନ୍ତି । ଏହି ଗସ୍ତ ସମୟରେ କୁଏତର ତୈଳମନ୍ତ୍ରୀ ଡା.ଖାଲେଦ ଅଲ୍ଲିଙ୍କ ସହ ସାକ୍ଷାତ ସମାରୋହରେ ଦୁଇ ଦେଶ ମଧ୍ୟରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜି ନିବେଶ ନେଇ ଆଲୋଚନା ହୋଇଥିଲା । ଶକ୍ତି ସୁରକ୍ଷା ପାଇଁ ଭାରତ ଭଳି ରାଷ୍ଟ୍ର କୁଏତକୁ ବିଶ୍ୱାସୀ ସହଯୋଗୀ ଭାବରେ ଗ୍ରହଣ କରିଥିବା ଶ୍ରୀ ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ