“ପଲ୍ ପଲ୍ ଦିଲ୍ କେ ପାସ୍’ ଫିଲ୍ମରେ ସନି ଦେଓଲ୍ ନିର୍ଦ୍ଦେଶନା

ମୁମ୍ବାଇ: ମୁମ୍ବାଇର ଫ୍ଲିଲ୍ମିସ୍ତାନ ଷ୍ଟୁଡିଓରେ ନିଆଁ ଲାଗିବା ଯୋଗୁ ସୁଟିଂ ସେଟ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏଥିପାଇଁ ବରୁଣ ଧୱନ୍ ଓ ସାରା ଅଲ୍ଲୀ ଖାନ୍ଙ୍କ ଫିଲ୍ମ  “କୁଲି ନମ୍ବର ୧’ର ସୁଟିଂକୁ କିଛି ଦିନ ପାଇଁ ବନ୍ଦ କରାଯାଇଛି । ଡେକାନ୍ କୋରନିକଲ୍ର ରିପୋର୍ଟ ଅନୁସାରେ, ସେଟ୍କୁ ପୁଣି ଥରେ ତିଆରି କରିବା ପାଇଁ ପାଖାପାଖି ଦୁଇ ସପ୍ତାହ ସମୟ ଲାଗିବ । ସେଟ୍ରେ ନିଆଁ ଲାଗିବା ଯୋଗୁ ବରୁଣ ଓ ସାରାଙ୍କର ସମୟ ମଧ୍ୟ ନଷ୍ଟ ହୋଇଛି । ଏହି ସମୟରେ ସେମାନେ ଅନ୍ୟ କୌଣସି ଛୁଟି ଯୋଜନା ମଧ୍ୟ କରିପାରିବେ ନାହିଁ ।ଏହାକୁ ନେଇ ବରୁଣଙ୍କ ପିତା ଡେଭିଡ୍ ଧୱନ୍ କହିଛନ୍ତି, “ଜୀବନରେ ଏପରି ଦୁର୍ଘଟଣା ହୋଇଥାଏ । ଆଗକୁ କ’ଣ ହେବ ଏହାର କୌଣସି ଗ୍ୟାରେଣ୍ଟି ନାହିଁ । ତେଣୁ ଏହାକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଏହି ଫାଙ୍କା ସମୟକୁ ନଷ୍ଟ ନ କରି କିଛି ଭଲ କରିବା ପାଇଁ ଯୋଜନା କରିବୁ ।’ “କୁଲି ନମ୍ବର ୧ ଫିଲ୍ମ ୧୯୯୫ରେ ଗୋବିନ୍ଦା ଓ କରିସ୍ମା କପୁରଙ୍କୁ ନେଇ ହୋଇଥିବା ଫିଲ୍ମର ରିମେକ୍ । ଏହି ଫିଲ୍ମରେ ବରୁଣଙ୍କ ପିତା ଡେଭିଡ୍ ଧୱନ୍ ନିର୍ଦ୍ଦେଶନା ଦେଉଛନ୍ତି । ଫିଲ୍ମର ୟୁନିଟ୍ ଗତମାସରେ ବ୍ୟାଙ୍କକ୍ରେ ପ୍ରଥମ ସୁଟ୍ କରିଥିଲେ ଏବଂ ଏହା ପରର ସୁଟିଂ ମୁମ୍ବାଇରେ କରାଯାଉଛି । ଫିଲ୍ମଟି ୨୦୨୦ ମେ’ ୧ରେ ରିଲିଜ୍ ହେବ ବୋଲି ଶୁଣିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ