ସିଜିନ୍-୧୩ରେ ଶୁଭିବନି ବିଗ୍ ବସ୍ଙ୍କ ସ୍ୱର !
ମୁମ୍ବାଇ :ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ରିୟାଲିଟି ସୋ’ ବିଗ୍ ବସ୍ । ସେପ୍ଟେମ୍ବର ୨୯ରେ ସୋ’ ଆରମ୍ଭ ହେବାକୁ ଥିବାବେଳେ ଚଳିତ ବର୍ଷ ସୋ ‘ରେ ଅନେକ ବଡ଼ ବଡ଼ ପରିବର୍ତ୍ତନ ଦେଖାଯିବ ବୋଲି ଜଣାପଡ଼ିଛି । ଚଳିତ ବର୍ଷ କେବଳ ସେଲିବ୍ରିଟିମାନେ ସୋ ‘ରେ ଭାଗ ନେବା ସହ ଜଲ୍ଲାଦ ଭୂମିକାରେ ଆସୁଥିବା ଅଭିନେତା ନଜର ଆସିବେ ନାହିଁ । ଏହା ସହ ବିଗ୍ ବସ୍ଙ୍କ ଘରେ ପୂର୍ବରୁ ଶୁଭୁଥିବା ବିଗ୍ ବସ୍ଙ୍କ ସ୍ୱର ଆଉ ଦର୍ଶକେ ଶୁଣିପାରିବେ ନାହିଁ । ଚର୍ଚ୍ଚା ହେଉଥିବା ଖବର ଅନୁଯାୟୀ, ଜଣେ ପୁରୁଷ ବିଗ୍ ବସ୍ ବନି ପ୍ରତିଯୋଗୀମାନଙ୍କୁ ତାଗିଦ୍ କରୁଥିବାବେଳେ ଚଳିତ ବର୍ଷ ଜଣେ ମହିଳା ଏହି କାମ କରିବେ । ତେବେ ଏହି ଖବରରେ କେତେ ସତ୍ୟତା ରହିଛି, ତାହା ସ୍ପଷ୍ଟ ହୋଇପାରିନାହିଁ । ସୋ’ର ନିର୍ମାତାଙ୍କ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ ।


