ରୋମାନ୍ସରେ ବୁଡିଲେ ସନ୍ନିଙ୍କ ପୁଅ

ମୁମ୍ବାଇ: ବଲିଉଡ୍ ନାୟକ ସନ୍ନି ଦେଓଲଙ୍କ ପୁଅ କରନ ଦେଓଲ ଏବେ ରୋମାନ୍ସରେ ବୁଡି ରହିଥିବା ଦେଖିବାକୁ ମିଳିଛି । ସନ୍ନିଙ୍କ ନିର୍ଦ୍ଦେଶିତ ଫିଲ୍ମ “ପଲ୍ ପଲ୍ ଦିଲ୍ କେ ପାଶ ‘ରେ କରନ ଡେବ୍ୟୁ କରୁଛନ୍ତି । ଏବେ ଏହାର ଏକ ଗୀତ ରିଲିଜ୍ ହୋଇଥିବାବେଳେ କରନ ନବାଗତା ସାହେର ବାମ୍ବାଙ୍କ ସହ ଖୁବ୍ ରୋମାନ୍ସ କରୁଥିବା ଦେଖାଯାଇଛି । “ଆଧା ଭି ଜ୍ୟାଦା’ ଗୀତରେ ଉଭୟଙ୍କ ରୋମାନ୍ସ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ଏବେ ଏହା ସୋସିଆଲ ମିଡିଆରେ ଖୁବ୍ ଲୋକପ୍ରିୟ ହୋଇଛି ବୋଲି ଦେଖାଯାଇଛି । ତେବେ ଅଭିନେତା ଧର୍ମେନ୍ଦ୍ରଙ୍କ ତୃତୀୟ ପିଢି ଏବେ ବଲିଉଡ୍ରେ ରାଜ୍ କରିବାକୁ ପ୍ରସ୍ତୁତ ବୋଲି ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ