କାଶୀନଗର ରଇତ ସଂଘ ଓ ଦେବୀୟୁଥ ତରଫରୁ ଜନସଚେତନତା ଯାତ୍ରା

କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): କାଶୀନଗର ବ୍ଲକ ବାହ୍ୟ ମଳତ୍ୟାଗ ମୁକ୍ତ ଅଞ୍ଚଳ ରୂପେ ଆଗରୁ ପୁରସ୍କୃତ ହୋଇସାରିଥିଲେ ଭି ଉଭୟ ବ୍ଲକ ଓ ଏନଏସିରେ ଉକ୍ତ ସମସ୍ୟା ଲାଗିରହିଛି | ଘୁଷୁରୀ ଉପଦ୍ରବ କାରଣରୁ ମଧ୍ୟ ଜଣ ଜୀବନ ସଙ୍କଟନର ସମ୍ମୁଖୀନ ହେଉଛି | ଚାଷୀମାନେ ଫସଲ ନଷ୍ଟ କାରଣରୁ ବୋହୁ କ୍ଷତିର ସାମ୍ମନା କରୁଛନ୍ତି | ତେଣୁ ସ୍ଥାନୀୟ ପ୍ରଶାସନ ଓ ପୋଲିସର ସହାୟତାରେ ୨୩ ତାରିଖ ପୂର୍ବାହ୍ନରେ ଏକ ଜନସଚେତନତା ଯାତ୍ରା କରାଯାଇଥିଲା | ତହସିଲଦାର ତଥା ମାଜିଷ୍ଟ୍ରେଟ ଶାନ୍ତିସ୍ୱରୂପ ମିଶ୍ର ଏହି ଯାତ୍ରାକୁ ନିଜ କାର୍ଯ୍ୟାଳୟ ନିକଟରେ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରି ଯାତ୍ରା ଆୟୋଜକ ଦୁଇ ସଙ୍ଗଠନକୁ ଆବଶ୍ୟକୀୟ ସାମାଜିକ କାର୍ଯ୍ୟ ହାତକୁ ନେଇଥିବା ଯୋଗୁ ଅଭିନନ୍ଦନ ଜଣାଇବା ସହ ଉତ୍ସାହିତ କରିଥିଲେ | ଯାତ୍ରା ତହସିଲ କାର୍ଯ୍ୟାଳୟ ନିକଟରୁ ବାହାରି ଫରେଷ୍ଟ ଜଙ୍କସନ ବ୍ଲକ, ସିଏଚସି ଛକ, ବସଷ୍ଟାଣ୍ଡ ଦେଇ ପୋଲିସ ଷ୍ଟେସନରେ ସମାପ୍ତ ହୋଇଥିଲା | ପୋଲିସ ତରଫରୁ ଶିବ ନାରାୟଣ ପୁରହିତ ଯାତ୍ରା ସହିତ ଶୃଙ୍ଖଳା ରକ୍ଷା ପାଇଁ ଥିବାବେଳେ ଥାନା ପରିସରରେ ଏସଆଇ ଲିଜା ମଲ୍ଲିକ ଓ ରତି ରଞ୍ଜନ ନାୟକ ଯାତ୍ରା କାରୀଙ୍କ ସହ ଆଲୋଚନା କରିଥିଲେ | ଯାତ୍ରା ନେତୃତ୍ୱ ନେଇଥବା କାଶୀନଗର ନାଗରିକ ମଞ୍ଚ ତଥା କାଶୀନଗର ରଇତ ସଂଘର ସଭାପତି ପ୍ରଶାନ୍ତ ମିଶ୍ର ଥାନା ପରିସରରେ ଯାତ୍ରା ସମାପ୍ତି ଘୋଷଣା କରିବା ପରେ ପୋଲିସ ତରଫରୁ ଯାତ୍ରା ଆୟୋଜକ ଦୁଇ ସଂଘାଥାନକୁ ଧନ୍ୟବାଦ ଦିଆଯାଇଥିଲା | ଜନଜୀବନର ପ୍ରକୃତ ସମସ୍ୟା ଗୁଡିକର ସମାଧାନ ଲାଗି ଉଲ୍ଲିଖିତ ସଂଗଠନ ଗୁଡିକ କାର୍ଯ୍ୟ କରିବା ନିଶ୍ଚୟ | କାଶୀନଗରକୁ ସ୍ଵଛ ସୁନ୍ଦର କରିବାରେ ସହାୟକ ହେବ ବୋଲି ପୋଲିସ ତରଫରୁ ମତ ପ୍ରକାଶ ପାଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ