ଚିଦାନନ୍ଦ ସତସଙ୍ଗ କେନ୍ଦ୍ରର ଚତୁର୍ଥ ବାର୍ଷିକ ଉତ୍ସବ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ଚିଦାନନ୍ଦ ସତସଙ୍ଗ କେନ୍ଦ୍ରର ଚତୁର୍ଥ ବାର୍ଷିକ ଉତ୍ସବ ଗୁରୁବାର ପାଟପୁର ମହାଲକ୍ଷ୍ମୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l କୋଭିଡ- 19 ନିୟମ ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରି ଉକ୍ତ ବୈଠକ ହୋଇଥିଲା l ମହାମାରୀ କରୋନା ରେ ମୃତ ବରଣ କରିଥିବା କରିଥିବା ସମସ୍ତ ବ୍ୟକ୍ତିଙ୍କ ଆତ୍ମାର  ଓ କରୋନା ରେ ଚିକିତ୍ସା ହେଉଥିବା ସମସ୍ତ ବ୍ୟକ୍ତିଙ୍କ ଆରୋଗ୍ୟ କାମନା କରାଯାଇଥିଲା l ଶ୍ରୀ ଗୁରୁ ପାଦୁକା ପୂଜା, ଗୀତା ପାଠ, ହନୁମାନ ଚାଳିଶା, ଶ୍ରୀ ଗଣେଶ କୀର୍ତ୍ତନ, ଗୁରୁବାଣୀ ପାଠ ଓ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା l ଏହି ଉତ୍ସବରେ ବରିଷ୍ଠ ଗୁରୁଭାଇ କୁଞ୍ଜ ବିହାରୀ ପାଢ଼ୀ, କୃଷ୍ଣ ଚନ୍ଦ୍ର ପତି, ବାବୁ ପ୍ରଧାନ, କୁମଦିନି ପାଢ଼ୀ, ସାବିତ୍ରୀ ଦୋରା, କୁନ୍ତୀ ଦୋରା, ସତସଙ୍ଗର ସମ୍ପାଦକ ଗୋପାଳ ଚନ୍ଦ୍ର ସାବତ, ସଭାପତି ଅଶୋକ କୁମାର ବେହେରା ପରିଚାଳନା କରିଥିଲେ l ଆର.ରଘୁନାଥ ଦୋରା, ଚନ୍ଦ୍ରଶେଖର ସାମନ୍ତରାୟ ସମ୍ପୂର୍ଣ ସହଯୋଗ ଓ ବିଭିନ୍ନ ଗ୍ରାମରୁ ଗୁରୁଭାଇ ମାନେ ଯୋଗ ଦେଇଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ