ଭାଇରାଲ୍ ହେଉଛି “ବିଗବସ୍-୧୩’ ହାଉସର ଫଟୋ
ମୁମ୍ବାଇ: ଟେଲିଭିଜନର ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ “ବିଗବସ୍-୧୩’ର ନୂଆ ସିଜିନ୍ (“ବିଗବସ୍-୧୩’) ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ । ଏଥର ମଧ୍ୟ ଏହି ଶୋ’କୁ ସୁପରଷ୍ଟାର ସଲମାନ୍ ଖାନ୍ ହିଁ ହୋଷ୍ଟ୍ କରିବେ । ଚଳିତ ବର୍ଷ “ବିଗବସ୍’-ହାଉସ ସେଟ୍ ମୁମ୍ବାଇର ଫିଲ୍ମସିଟିରେ ତିଆରି ହୋଇଛି । ଆଉ ଏହାର କିଛି ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି । ସବୁଥର ପରି ଏଥର ମଧ୍ୟ “ବିବି ହାଉସ୍’ ବେଶ୍ ସୁନ୍ଦର ଓ ଆକର୍ଷଣୀୟ ହୋଇଛି । ପୂର୍ବଥର ଏହି ସେଟ୍ ଲୋନାୱାଲାରେ ହୋଇଥିଲା । ଚଳିତ ଥର “ବିବି ହାଉସ୍’ରେ ଆନିମଲ୍ ଆର୍ଟୱାର୍କ ଅଧିକ ଦେଖିବାକୁ ମିଳିଛି । ଘରର ଇଣ୍ଟେରିଅରରେ ଗ୍ରୀନ୍ ଓ ପର୍ପଲ ରଙ୍ଗର କମ୍ବିନେସନ୍ ବେଶ୍ ବଢ଼ିଆ ଦେଖାଯାଉଛି । ଘରର ମୁଖ୍ୟଦ୍ୱାରକୁ ଈଈର ଆକୃତି ଦିଆଯାଇଛି, ଯାହକୁ ସବୁଜ ଗଛରେ ସଜା ଯାଇଛି ।
ଘରର ଲିଭିଂ ରୁମକୁ ଆଣ୍ଟିକ୍ ଫର୍ଣ୍ଣିଚର୍ ଓ ଦାମୀ ଦାମୀ ଶୋ’ପିସରେ ସଜାଯାଇଛି । ବେଡରୁମର ମଧ୍ୟ ବେଶ୍ ରଙ୍ଗିନ୍ ଦେଖାଯାଉଛି । ଏହାବ୍ୟତୀତ ଘରର ସବୁ ଜାଗାରେ “ବିଗବସ୍’ ଆଖିର ଚିତ୍ର ରହିଛି । କାରଣ ଏହା ଦ୍ୱାରା ପ୍ରତିଯୋଗୀମାନେ ସତର୍କ ହେବେ ଯେ “ବିଗବସ୍’ଙ୍କ ନଜର ସବୁବେଳେ ସେମାନଙ୍କ ଉପରେ ରହିଛି ।
ଇତି ମଧ୍ୟରେ “ବିଗବସ୍-୧୩’ର କେତେ ଜଣ ପ୍ରତିଯୋଗୀଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । ସେମାନଙ୍କ ଭିତରେ ଦେବୋଲିନା ଭଟ୍ଟାଚାର୍ଯ୍ୟ, ଆରତି ସିଂହ, ଦଲଜିତ୍ କୌର୍, ରଶ୍ମି ଦେଶାଇ, ସିଦ୍ଧାର୍ଥ ଶୁକ୍ଲା ଓ ଅରହାନ୍ ଖାନ୍ ଅଛନ୍ତି । କୁହାଯାଉଛି, ଏଥର “ବିଗବସ୍’ ବଲିଉଡ୍ ଅଭିନେତ୍ରୀ କୋଇନା ମିତ୍ରା ମଧ୍ୟ ଭାଗ ନେବେ ।