ପଞ୍ଚୁଗୋଛିଆ ସେବା ସମବାୟ ସମିତିରେ ଧାନ ମଣ୍ଡି ଖୋଲିଲା

ହାଟଡ଼ିହି ,(ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ପଞ୍ଚୁଗୋଛିଆ ସେବାସମବାୟ ସମିତିରେ  ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ସମିତିର ପ୍ରଶାସକ ତଥା ଉପ ସହ ନିମ୍ବନ୍ଧକ ବିରେନ୍ଦ୍ର କୁମାର ମହାନ୍ତି, ସମ୍ପାଦକ ରାମଚନ୍ଦ୍ର ଜେନା, ଧାନ କ୍ରୟ ଚାଷୀ କମିଟିର ସଭାପତି ପ୍ରଶାନ୍ତ କୁମାର ରାଉତ, ପୁର୍ବତନ ସଭାପତି ଆନନ୍ଦ ଚନ୍ଦ୍ର ନାୟକ, ରାମଚନ୍ଦ୍ର ସତପଥି, ଗୋଲେଖ ଓଝା, ଜୟଦେବ ପରିଡା, ମାନସ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପଞ୍ଚୁଗୋଛିଆ ସମିତି ଅଧିନରେ ଥିବା ଅକରୁଆ, ବଞ୍ଚୋ, ପଞ୍ଚୁଗୋଛିଆ ଆଦି ୩ଟି ପଞ୍ଚାୟତର ଚାଷୀମାନେ କିପରି ସୁବିଧାରେ ଓ ସରକାରୀ ଦରରେ ମଣ୍ଡିରେ ଧାନ ଦେଇ ପାରିବେ ସେନେଇ ଚାଷୀ ମାନଙ୍କ ସହ ଆଲୋଚନା କରାଯାଇଥିଲା । ଏଫକ୍ୟୁ ମାନର ଧାନ ଦେଇ ମଣ୍ଡିରୁ ଉପଯୁକ୍ତ ଦରରେ ପ୍ରାପ୍ୟ ନେବାକୁ ଅଧିକାରୀମାନେ ପରାମର୍ଶ ଦେଇଥିଲେ । ଏହି ସମିତିରେ ୪୮୬ଜଣ ଚାଷୀ ନାମ ପଞ୍ଜିକୃତ କରିଛନ୍ତି । ସେମାନଙ୍କ ଠାରୁ ୩୪୮୦୦ କୁଇଣ୍ଟାଲ ଧାନ କ୍ରୟ କରାଯିବ ବୋଲି ଧାର୍ଯ୍ୟ ହୋଇଛି । ଏଠାରେ ପ୍ରତି ସୋମବାର, ବୁଧବାର, ଶୁକ୍ରବାର ଓ ଶନିବାରରେ ଧାନ କ୍ରୟ କରାଯିବ ବୋଲି ସମ୍ପାଦକ ରାମଚନ୍ଦ୍ର ଜେନା ପ୍ରକାଶ କରିଛନ୍ତି । ଆଜିର ଏହି ଉଦଘାଟନ ଉତ୍ସବରେ ପଙ୍କଜ କୁମାର ବରାଳ, ତ୍ରୀଲୋଚନ ସାହୁ, ଦୀପକ କୁମାର ଜେନା ପ୍ରମୁଖ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ