ଅଗ୍ନିକାଣ୍ଡ ଘଟି ତିନି ବଖରା ନଷ୍ଟ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା ): ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସରପଦା ଗ୍ରାମରେ ଅଗ୍ନିକାଣ୍ଡ ଘଟି ତିନି ବଖରା ଛପର ଘର ସହିତ ଲକ୍ଷାଧିକ ଟଙ୍କା ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଥିବା ଜଣାଯାଇଛି। ଗତ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଗ୍ରାମର ରମାମଣି ଓଝାଙ୍କ ଘରେ ନିଆଁ ଲାଗିଯାଇଥିଲା। ଗ୍ରାମବାସୀ ମାନେ ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିବା ବେଳେ ତାହା ସମ୍ଭବ ହୋଇପାରିନଥିଲା। ଖବର ପାଇ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା। ରମାମଣି ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାବେଳେ ତାଙ୍କୁ ତୁରନ୍ତ ଅଗ୍ନିକାଣ୍ଡ ଜନିତ ସରକାରୀ ସହାୟତା ଯୋଗାଇବାକୁ ଦାବି ହୋଇଛି।


