ମଦ ମାଫିଆଙ୍କୁ ଗିରଫ କରିବାକୁ ଦାବି କଲେ – ସିପିଆଇ ନେତା ଏନ.ନାରାୟଣ ରେଡ୍ଡୀ
ଛତ୍ରପୁର,(ଦେବଦତ୍ତ ମହାରଣା) : ଟାଟା କମ୍ପାନୀରେ ଚାକିରୀ ଉଦ୍ଦେଶ୍ୟରେ ଜିଲ୍ଲାର ଗରୀବ ଯୁବକଙ୍କ ଲକ୍ଷ ଲକ୍ଷ ଟଙ୍କା ଆକାଶ ପାଠକଙ୍କୁ ଦେଇଛନ୍ତି । ରାଜ୍ୟ ସରକାର ଉକ୍ତ ଟଙ୍କା ଆଦାୟ କରି ସଂପୃକ୍ତ ଗରୀବ ଯୁବକଙ୍କୁ ଫେରସ୍ତ କରନ୍ତୁ । ଏହାସହ ଗିରଫ ହୋଇଥିବା ଗୋପାଳପୁର ବିଧାୟକଙ୍କ ସହ ସଂପୃକ୍ତ ମଦ ମାଫିଆ ସୂର୍ଯ୍ୟ ସାହୁଙ୍କ ସମେତ ସମସ୍ତ ବାଲି ଓ ମଦ ମାଫିଆଙ୍କୁ ତୁରନ୍ତ ଗିରଫ କରିବା ନିମନ୍ତେ ଛତ୍ରପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦାବି କରିଛନ୍ତି ଛତ୍ରପୁରର ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ । ଆଜି ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଆହୁରୀ କହିଛନ୍ତି ଯେ , ଦୀର୍ଘ ଦିନ ହେଲା ଗଂଜାମ ଜିଲ୍ଲା ଅବହେଳିତ ହେଇଆସୁଛି । ଜିଲ୍ଲାର ବିକାଶ ନିମନ୍ତେ ଜମି , ଜଳ ଠାରୁ ଆରମ୍ଭ କରି ଅନେକ ପ୍ରାକୃତିକ ସମ୍ପଦ ରହିଛି । ପରିଶ୍ରମି ଯୁବକ ମଧ୍ୟ ଅଛି । କିନ୍ତୁ ଏଠି ଗୋପାଳପୁର ଷ୍ଟିଲ ପ୍ଲାଣ୍ଟ ନାରେ ଅନେକ ଦୁର୍ନିତୀ ହେଉଛି , ଏହାର ତଦନ୍ତ ହେବା ଦରକାର । ଗୋପାଳପୁର ଷ୍ଟିଲ ପ୍ଲାଣ୍ଟ ନାରେ ଯେଉଁ ଜମି ଯାଇଛି ତାଙ୍କୁ ଜମି ରଖିବାର ଅଧିକାର ନାହିଁ ଏମୟୁ ନୀୟମ ଅନୁସାରେ ଏଠାରେ ଷ୍ଟିଲ ହୋଇନି । ତୁରନ୍ତ ଚାଷୀଙ୍କୁ ଜମି ଫେରସ୍ତ କରାଯାଉ । ଆଜି ଷ୍ଟିଲ ପ୍ଲାଣ୍ଟ ନାରେ ନିଯୁକ୍ତି ସକାଶେ ଗରୀବ ଯୁବକ ମାନଙ୍କ ଠାରୁ ପାଠକ ପରିବାର ହେଉକି ବିଧାୟକ ଟଙ୍କା ନେଇଛନ୍ତିା ତାଙ୍କ ଠାରୁ ଟଙ୍କା ଆଦାୟ କରି ଯୁବକ ମାନଙ୍କୁ ଫେରସ୍ତ କରିବା ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କ । ଗଂଜାମ ଜିଲ୍ଲାର ସାମାଜିକ ଭାବେ ଅର୍ଥନୈତିକ ଦୁର୍ବଳ ହୋଇଗଲାଣି । ଲକ୍ଷଲକ୍ଷ ବେକାର ଯୁବକ ଓ ଶ୍ରମିକ ମାନେ ଦାଦନ ଘଟିବାକୁ ଯାଉଛନ୍ତି । ଗଂଜାମଜିଲ୍ଲାର ବିକାଶ ନିମନ୍ତେ ଜିଲ୍ଲାର ବିଧାୟକ , ସାଂସଦ ଏବଂ ନେତା ମାନେ ପାଟି ଫିଟାନାହାନ୍ତି । ସାରା ଭାରତ ବର୍ଷରେ ଚାଷୀଙ୍କ ନିମନ୍ତେ ଆନ୍ଦୋଳନ ହେଉଥିବା ବେଳେ ଜିଲ୍ଲାରେ ଆନ୍ଦୋଳନ କରାଯାଉନାହିଁ । ଜିଲ୍ଲାରେ ଚାଷୀଙ୍କ ଠାରୁ ଆରମ୍ଭ କରି ବେକାର ଯୁବକ ଓଯୁବତୀ ଏବଂ ଶ୍ରମିକ ମାନେ ଅବହେଳିତ ହେଉଛନ୍ତି । ରାଜନୈତିକ ବ୍ୟକ୍ତି ମାନେ ସେମାନେ ସକାଶେ କାର୍ଯ୍ୟ କରୁନାହାଁନ୍ତି । ଛତ୍ରପୁର ମେଡିକାଲ ଠାରୁ ଜିଲ୍ଲାର ବହୁ ମେଡିକାଲରେ ଆବଶ୍ୟକ ଅନୁଯାୟୀ ଡାକ୍ତର ନାହାଁନ୍ତି । ଆସିକା ଏନଏସି ସମେତ ଜିଲ୍ଲାର ବହୁ ଏନଏସି ଅବେହଳିତ ଅବସ୍ଥା ରହିଛି ଏବଂ ଶିକ୍ଷାର ବିକାଶ ହେଉନି ବୋଲି ମଧ୍ୟ ପୂର୍ବତନ ବିଧାୟକ ଶ୍ରୀ ରେଡ୍ଡୀ କହିଛନ୍ତି ।ଜିଲ୍ଲାରେ ବେଆଇନ ଭାବେ ଋଷିକୂଲ୍ୟା ବାଲିଘାଟରୁ ବାଲି ଚାଳନା ସହ ବିଭିନ୍ନ ମୋରମ୍ , ପଥର ଅନ୍ୟ ରାଜ୍ୟକୁ ଚାଳନା ହେଉଥିଲେ ମଧ୍ୟ , ଏହାର କୈାଣସି ପ୍ରତିକାର ବ୍ୟବସ୍ଥା ହେଉନାହିଁ ।ଜିଲ୍ଲାର ସମୁଦ୍ର ଉପକୂଳସହ ଜଳ , ଜମିର ସମସ୍ତ ସୁଯୋଗ ଥିବା ସତ୍ତ୍ୱେ ଜିଲ୍ଲାର ବିକାଶ ହେଲା ନାହିଁ । ନିଶାକାରା ପାଇଁ , ଆଇନ ଶୃଙ୍ଖଳା ଅବନିତୀ ଦେଖା ଦେଉଛି । ଏଣୁ ଏସମସ୍ତ କାର୍ଯ୍ୟର ସରକାର ସମୀକ୍ଷା କରି ବାଲିଘାଟ ଲିଜ୍ ବାତିଲ କରିବା ସଂଗେ ସଂଗେ , ମଦ ମାଫିଆଙ୍କୁ ଗିରଫ କରିବା ନିମନ୍ତେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିପିଆଇ ରାଜ୍ୟ ନେତା ଶ୍ରୀ ରେଡ୍ଡୀ ସୂଚନା ଦେବା ସହ ଦାବି କରିଛନ୍ତି ।


