ଚିକିତ୍ସାଳୟ କର୍ମଚାରୀଙ୍କ ଆତ୍ମହତ୍ୟା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗାଇବା ସ୍ଥିତ ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ କୌଣସି କାରଣରୁ ଆତ୍ମହତ୍ୟା କରିଥିବା ଜଣାପଡିଛି । କର୍ମଚାରୀ ଜଣକ ସୁଇପର ଭାବେ କାର୍ଯ୍ୟରତ ଥିବାବେଳେ ତାଙ୍କ ନା ପ୍ରମୋଦ କୁମାର ସାହୁ (୩୬) ଏବଂ ସେ ସ୍ୱର୍ଗୀୟ ଉଦୟନାଥ ସାହୁଙ୍କ ପୁତ୍ର ଅଟନ୍ତି । ସେ କୌଣସି କାରଣରୁ ତାଙ୍କ ନିଜ କ୍ୱାଟର ଭିତରେ କବାଟ ଦେଇ ପର୍ଦା କନା ବେକରେ ଗୁଡାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତାଙ୍କ ମା ମୋହିନୀ ମଞ୍ଜରୀ ସାହୁ ଏ ସମ୍ପର୍କରେ ସେରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ସେରଙ୍ଗ ଥାନା ଅଧିକାରୀ ସ୍ୱରୂପ କିଷାନଙ୍କ ନିର୍ଦ୍ଦେଶ କ୍ରମେ ଏ.ଏସ୍‌.ଅ।ଇ. ପାଣ ମଲ୍ଲିକ ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ôଚ ଶବଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଘଟଣାକୁ ନେଇ ସେରଙ୍ଗ ଥାନାରେ ୬/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ