ମୋରଡାରେ ଭୟାବହ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ସହ ଜଣେ ଗୁରୁତର

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଦେଓପଦା ମୋରଡା ଛକ ଠାରେ ସୋମବାର ସନ୍ଧ୍ୟା ପ୍ରାୟ ୫.୪୦ମି. ସମୟରେ ଅଗ୍ନିକାଣ୍ଡ ଘଟିବାରୁ ଉଦୟନ ଖଣ୍ଡେଇ ଓ ଉତ୍ତମ ଖଣ୍ଡେଇଙ୍କ ୪ବଖରା ଘର ପୋଡି ପାଉଁଶ ହୋଇଯାଇଛି । ବିଦ୍ୟୁତ ସର୍ଟସକ୍‌ର୍ିଟିଂ ଯୋଗୁ ପ୍ରଥମେ ଅଗ୍ନିକାଣ୍ଡ ଘଟି ବିଭିନ୍ନ ଘରକୁ ବ୍ୟାପିଯାଇଥିଲା । ଏଥିରେ ଏକ ଦୋକାନ ଘର ସହିତ ବାସଗୃହ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାଯାଇଛି । ଏହା ସହିତ ଉତ୍ତମ ନିଆଁ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି । ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମେଡିକାଲ ନିଆଯାଇଥିବାବେଳେ ଭଣ୍ଡାରିପୋଖରୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ଅଗ୍ନିକାଣ୍ଡ ଯୋଗୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ଦିଆଯାଇଛି । ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରାଯାଇ ବିପନ୍ନଙ୍କୁ ସରକାରୀ ସାହାଯ୍ୟ ଯୋଗାଇବା ପାଇଁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ