ଭୁବନେଶ୍ୱର ସ୍ଥିତ ଉତ୍କଳ ସାମ୍ବାଦିକ ଭବନରେ ଆୟୋଜିତ ଓ ୟୁ ଡବ୍ଲୁ ଜେ ର ଷଷ୍ଠ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର,(ୱାଇଏନ୍ଏସ୍): ଭୁବନେଶ୍ୱର ସ୍ଥିତ ଉତ୍କଳ ସାମ୍ବାଦିକ ଭବନରେ ଆୟୋଜିତ ଓ ୟୁ ଡବ୍ଲୁ ଜେ ର ଷଷ୍ଠ ବାର୍ଷିକ ପ୍ରତିଷ୍ଠା ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ଓ ୟୁ ଡବ୍ଲୁ ଜେ ୟୁନିଟ ର କର୍ମକର୍ତ୍ତା ମନୋନୀତ ହୋଇଯାଇଛି | ଏଥିରେ ଡାକ୍ତର ହୃଷିକେଶ ମହାନ୍ତି ସଭାପତି ଭାବରେ ମନୋନୀତ ହୋଇଥିବାବେଳେ, ଉପ ସଭାପତି ଭାବରେ ସଚ୍ଚିଦାନନ୍ଦ ନାୟକ ମନୋନୀତ ହୋଇଛନ୍ତି, ଜିଲ୍ଲା ସମ୍ପାଦକ ଭାବରେ ରାଜେଶ କୁମାର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଭାବେ ହରେକୃଷ୍ଣ ମହାନ୍ତି, କୋଷାଧକ୍ଷ ଭାବରେ ରାମ ପ୍ରସାଦ ସାମଲ ଓ କାର୍ଯ୍ୟକାରୀ ସଦସ୍ୟ ଭାବରେ ଲୋକନାଥ ମହାରଣା ମନୋନୀତ ହୋଇଛନ୍ତି | ଏହି କାର୍ଯ୍ୟକ୍ରମ ରେ ରାଜ୍ୟ କୋଷାଧକ୍ଷ ନିତ୍ୟ ରଞ୍ଜନ ପଣ୍ଡା ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ