ଗନ୍ଧମାର୍ଦନ ପର୍ବତରେ ମାଓବାଦୀ ଶିବିର ଠାବ ,ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଳା ହରିଶଙ୍କର ଗର୍ନ୍ଧମାର୍ଦନ ପର୍ବତରେ ଶନିବାର ମାଓବାଦୀ ପ୍ରଶିକ୍ଷଣ ଶିବିର ଠାବ କରାଯାଇଛି । ସେଠାରେ ପୋଲିସ ଚଢାଉ କରି ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରିଛି ।ସେଠାରେ ପାହାଡ ଉପରେ ନକ୍ସଲ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ଜଣାପଡିଛି । ସୂଚାନାଯୋଗ୍ୟ ହରିଶଙ୍କର ନିକଟ ଗନ୍ଧମାର୍ଦନ ପାହାଡରେ ନକ୍ସଲ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ପୋଲିସ ଖବର ଏସଓଜି ଟିମ୍ ଗନ୍ଧମାର୍ଦନ ପର୍ବତରେ ଅତର୍କିତ ଚଢାଉ କରିଥିଲେ । ଚଢାଉ ପୂର୍ବରୁ ନକ୍ସଲ ମାନଙ୍କ ପାଖରେ ଏସଓଜି ଯବାନ ଚଢାଉ କରୁଥିବା ଖବର ପାଇଥିବାରୁ ସେମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ଯବାନ ମାନେ ଘଟଣା ସ୍ଥଳରୁ ମାଓ ସାମଗ୍ରୀ ଜବତ କରିଛନ୍ତି ।