ଦୁର୍ଘଟଣାରୁ ବର୍ତ୍ତିଲେ ଭଦ୍ରକ ଏସପି

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ବସଷ୍ଟାଣ୍ଡ ନିକଟରେ ଆଜି ଏକ ନିଶ୍ଚିତ ଦୁର୍ଘଟଣାରୁ ଭଦ୍ରକ ଏସପି ଚରଣ ସିଂ ମୀନା ବର୍ତ୍ତି ଯାଇଛନ୍ତି । ସୂଚନା ମୁତାବକ ଏସପି ଆଜି ସକାଳେ ଯାଜପୁର ପଟୁ ଜାତୀୟ ରାଜପଥରେ ଭଦ୍ରକ ଫେରୁଥିଲେ । ଏହି ସମୟରେ ଭଣ୍ଡାରିପୋଖରୀ ବସଷ୍ଟାଣ୍ଡ ନିକଟରେ ଏକ ଟ୍ରକ ଏସପିଙ୍କ ଗାଡିର ଡାହାଣ ପଟରୁ ଧକ୍କା ଦେଇ ପଳାଇଯାଇଥିଲା । ଏକବଡ ଦୁର୍ଘଟଣାରୁ ଏସପି ବର୍ତ୍ତି ଯାଇଥିବାବେଳେ ଟ୍ରକଟିକୁ ନିକଟ ହନୁମାନ ବାଟିକା ପ୍ରାଙ୍ଗଣରୁ ପୋଲିସ ଧରିଥିଲା । ଭଣ୍ଡାରିପୋଖରୀ ପୁଲିସ ଦୁର୍ଘଟଣା ଘଟାଇଥିବା (ଓଡି ୧୭ଏମ୮୧୭୮) ସିମେଣ୍ଟ ବୋଝେଇ ଟ୍ରକଟିକୁ ଥାନାକୁ ଆଣିଥିବାବେଳେ ଚାଳକକୁ ଗିରଫ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ