ପୂର୍ବତନ ପ୍ରଧାନ ଶିକ୍ଷକ ଗୌର ଚନ୍ଦ୍ର ଲେଙ୍କାଙ୍କ ସ୍ମୃତିଚାରଣ ସଭା

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌):ବନ୍ତ ବ୍ଲକ କେନ୍ଦୁଆପଦା ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଗୌର ଚନ୍ଦ୍ର ଲେଙ୍କାଙ୍କ ସ୍ମୃତିଚାରଣ ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ଓଷ୍ଟା ପୂର୍ବତନ ସାଧାରଣ ସଂପାଦକ ରଘୁନାଥ ସାହୁ, ପୂର୍ବତନ ପ୍ରଧାନ ଶିକ୍ଷକ ପିତାମ୍ବର ରାଉତ, ମୁରଲୀଧର ଲେଙ୍କା, ଗୋପବନ୍ଧୁ ସ୍ୱାଇଁ, କେନ୍ଦୁଆପଦା ଉଚ୍ଚ ବିଦ୍ୟାଳୟର ଶିକ୍ଷକ କିଶୋର ଚନ୍ଦ୍ର ଦାଶ, ଶଶୀ ଶେଖର କରଶର୍ମା, ଉତ୍ତମ କୁମାର ଦତ୍ତ, ଗଦାଧର ସେନାପତି, ମରିଭଦ୍ର ମିଶ୍ର, ତରଣୀସେନ ଜେନା, ଶିକ୍ଷାକର୍ମୀ ଉମାଶଙ୍କର ଲେଙ୍କା, ସୁବାଷ ଚନ୍ଦ୍ର ସେଠୀ, କୈଳାସ ଚନ୍ଦ୍ର ଜେନା, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ମହାରଣା, ପର୍ଶୁରାମ ନାୟକ, ପୁରାତନ ଛାତ୍ର ସୁରେନ୍ଦ୍ରନାଥ ସ୍ୱାଇଁ, ଶ୍ରୀନିବାସ ଲେଙ୍କା, ରମାକାନ୍ତ ଜେନା, ଇଂ.ପ୍ରମୋଦ କୁମାର ଜେନାଙ୍କ ସମେତ ହାପି କ୍ଲବର ସଦସ୍ୟ ଓ ଅନ୍ୟାନ୍ୟ ପୁରାତନ ଛାତ୍ର ମାନେ ଯୋଗ ଦେଇ ପୂର୍ବତନ ପ୍ରଧାନ ଶିକ୍ଷକ ଗୌର ଚନ୍ଦ୍ର ଲେଙ୍କା ଜଣେ ଆଦର୍ଶ ଓ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଥିଲେ ବୋଲି କହିଥିଳେ । ସେ ଜାହାଙ୍ଗୀର ଜନତା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଥମେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ପରବର୍ତ୍ତୀ ସମୟରେ କେନ୍ଦୁଆପଦା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରି ଗତ ୨୦୦୫ ମସିହା ଜାନୁଆରୀ ମାସରେ ଅବସର ଗ୍ରହଣ କରିଥିଲେ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ