ବନ୍ଧନ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ବହଳଦା ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କାଙ୍କି ଗ୍ରାମପଞ୍ଚାୟତ କାର୍ଯାଳୟ ନିକଟରୁ ବନ୍ଧନ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଚାରିଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ କରି ଫେରାର ହୋଇଥିବା ଖବର ହସ୍ତଗତ ହୋଇଛି। ସୂଚନା ଅନୁସାରେ ଗିଦିଘାଟୀ ଓ ଝରାଡିହି ର ବିଭିନ୍ନ ଗ୍ରାମରୁ ଋଣ ଗୃହିତାଙ୍କ ଠାରୁ ସାପ୍ତାହିକ କିସ୍ତି ଆଦାୟ କରି ଫେରୁଥିବା ବେଳେ ବହଳଦା ଝରାଡିହି ମୂଖ୍ୟ ରାସ୍ତାର କାଙ୍କି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଦିନ ପ୍ରାୟ ୨’ଟା ପାଖାପାଖି ଚାରିଜଣ ଦୁର୍ବୃତ୍ତ ଦୁଇଟି ବିଇକ୍ ରେ ଆସି ତିନିଜଣ ବନ୍ଧନ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ବନ୍ଧୁକ ଦେଖାଇ ଭୟଭିତ କରିବା ସହିତ ଆତର୍କିତ ଆକ୍ରମଣ କରି ଲକ୍ଷେ ସତୁରୀ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇ ଯାଇଥିଲେ।ବହଳଦା ଥାନା ପୋଲିସ୍ ଖବର ପାଇ ସଦଳ ବଳେ ଘଟଣା ସ୍ଥଳକୁ ପହଞ୍ଚି ଘଟଣାର ଯାଞ୍ଚ କରିବା ସହିତ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିଲେ।ତେବେ ଖବର ଲେଖା ହେଲା ବେଳକୁ ବହଳଦା ପୋଲିସ୍ ଲୁଟେରାଙ୍କ ତଲାସରେ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିଲାବେଳେ କୈଣସି ଲୁଟେରାଙ୍କ ଠାବ ପାଇ ନଥିବା ଜଣା ପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ