ଦାଦାର ଟାଙ୍ଗିଆ ଚୋଟରେ ପୁତୁରା ମୃତ;ଦାଦା ଗିରଫ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଦାଦାର ଟାଙ୍ଗିଆ ଚୋଟରେ ପୁତୁରାର ମୃତ୍ୟୁ ଘଟିଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ ହେଲେ ବିଶ୍ୱନାଥ ନାୟକ । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଖସଡା ଜଳପ୍ରପାତ ନିକଟସ୍ଥ କମଳାପୁର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଏପରି ହତ୍ୟାକାଣ୍ଡ ଘଟିଛି । ସାମାନ୍ୟ ବଚସାରୁ ଦାଦା ଭୁଷଣ ନାୟକ ଓ ପୁତୁରା ବିଶ୍ୱନାଥଙ୍କ ମଧ୍ୟରେ ଝଗଡା ହୋଇଥିଲା । ପୁତୁରା ବିଶ୍ୱନାଥ ପ୍ରଥମେ ଦାଦାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଦାଦା ଏକ ଟାଙ୍ଗିଆରେ ପୁତୁରାର ବେକକୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ବିଶ୍ୱନାଥଙ୍କୁ ତାଙ୍କ ପରିବାର ଲୋକେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ବିଶ୍ୱନାଥଙ୍କର ମୃତ୍ୟୁ ଘଟିିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିବା ସହ ଦାଦା ଭୁଷଣ ନାୟକଙ୍କୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଥିବା ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ