ଇନ୍ଦୁପୁର ଉଚ୍ଚ ପ୍ରାଥମିକ ସ୍କୁଲରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପୂର୍ବତନ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । କଟକ ବିଡାନାସୀସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟର ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ଇନ୍ଦୁପୁର ତଥା ଆଖପାଖ ଗ୍ରାମ ଗୁଡିକର ୭୨ଜଣ ଲୋକ ସେମାନଙ୍କ ଚକ୍ଷୁ ମାଗଣାରେ ପରୀକ୍ଷା କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ଜଣ ଚକ୍ଷୁ ଅସ୍ତ୍ରୋ୍ରପ୍ରଚାର ପାଇଁ କଟକସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ଯାଇଥିଲେ । ଏହି ଶିବିରକୁ ସରପଂଚ ରୀନା ମଲ୍ଲିକ,ସମିତିସଭ୍ୟ ସନ୍ତୋଷ ବେହେରା, ନାୟବ ସରପଂଚ ଅଜୟ କୁମାର ଜେନା, ପୂର୍ବତନ ସମିତିସଭ୍ୟ ପ୍ରଦୀପ୍ତ ସୁତାର, ଧୂମାତ ସରପଂଚ ନରହରି ପାଣି, ସମାଜସେବୀ ଶରତ ମଲ୍ଲିକ ଓ ପୂର୍ବତନ ଜିଲ୍ଲା ବିଜେଡି କୃଷକ ସେଲର ସଭାପତି ସୈାମେନ୍ଦ୍ର କୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ