ଧାମନଗର ମହାବିଦ୍ୟାଳୟରେ ୟୁଥ ରେଡକ୍ରସ ପକ୍ଷରୁ ଉଦ୍ଧାର ଓ ତାଲିମ ଶିବିର ଅନୁଷ୍ଠିତ

ଧାମନଗର, (ସନ୍ତୋଷ କୁମାର ପ୍ରଧାନ): ଧାମନଗର ମହାବିଦ୍ୟାଳୟ ପରିସରରେ ୟୁଥ୍ ରେଡକ୍ରସ ପକ୍ଷରୁ ଶିକ୍ଷା ଓ ତାଲିମ ଶିବର ଅନୁଷ୍ଠିତ ହୋଇଯାଇଛି । ଧାମନଗର ମହାବିଦ୍ୟାଳୟର ଅଧ୍ଯକ୍ଷ ଡକ୍ଟର ସମୀର କୁମାର ହୁଇ ଉଦଘାଟନ କରିଥିଲେ। ତିନିଦିନ ଧରି ଏହି କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ ଶିବିର ଚାଲିଥିବାବେଳେ ୧୦ ତାରିଖ ବୁଧବାର ଏହାର ଉଦଯାପନୀ ହୋଇଛି । ଏହି ଶିବିରରେ ସାଳନ୍ଦୀ କଲେଜ, କୋଠାର କଲେଜ, ଆଇଜିଏମ୍ କଲେଜ ଓ ଧାମନଗର ମହାବିଦ୍ୟାଳୟର ୫୦ ଜଣ ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ୟୁଥ ରେଡକ୍ରସ ଧାମନଗର କଲେଜ କାଉନସେଲର ଅଧ୍ୟାପକ ମହମ୍ମଦ ଇସ୍ରାଇଲ୍ ଓ ଅଧ୍ୟାପିକା ସ୍ମରଣିକା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଗ୍ନିକାଣ୍ଡ ସମୟରେ କିପରି ନିଆଁକୁ ଆୟତ୍ତ କରାଯାଇପାରିବ ଓ ନିଆଭିତରେ ଫସିଥିବା ଲୋକଙ୍କୁ କିପରି ଉଦ୍ଧାର କରାଯାଇପାରିବ ସେ ସମ୍ପର୍କରେ ଆସିଥିବା ଅତିଥି ଓ ରିସୋର୍ସ ପର୍ସନ ଆସି ବିଭିନ୍ନ ପ୍ରସଙ୍ଗରେ ତାଲିମ ସହିତ କୌଶଳ ପ୍ରଦର୍ଶନ, ଧ୍ୟାନ ଓ ଆଧ୍ୟାତ୍ମିକ ଚେତନା, ୟୁଥ ରେଡକ୍ରସର ଆବଶ୍ୟକତା, ଏଡ୍ସ ସଂକ୍ରମଣ ଓ ଏହାର ଭୟାବହତା, ପ୍ରାଥମିକ ଚିକିତ୍ସା, ବିପର୍ଯ୍ୟୟ ପରିଚାଳନା, ସଡ଼କ ସୁରକ୍ଷା, ରକ୍ତ ବିଜ୍ଞାନର ଗୁରୁତ୍ବ ଉପରେ ବକ୍ତାମାନେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଶେଷଦିନରେ ସ୍ବେଚ୍ଛାସେବୀମାନଙ୍କ ଦ୍ବାରା ଏକ ବକ୍ତୃତା ପ୍ରତିଯୋଗିତା ହୋଇଥିଲା। ସାଳନ୍ଦୀ କଲେଜର ସାଇମୁର ରେହମାନ୍ ଖାଁ, କୋଠାର କଲେଜର ଶଶିକାନ୍ତ ମହାପାତ୍ର, ଆଇଜିଏମ କଲେଜର ଭରତ ବେହେରା ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ସ୍ବାଗତିକା ଦାଶ, ତୃପ୍ତିରେଖା ପାଗଳ ଓ ଚିନ୍ମୟୀ ରାଉତ ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ବିଜୟୀ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ