ସଡକ ଦୁର୍ଘଟଣାରେ କଟାମା ସମିତିସଭ୍ୟଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳର କଟାମା ପଂଚାୟତ ସମିତିସଭ୍ୟ ପ୍ରଫୁଲ୍ଲ ମାଝୀ (୪୫) ଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବାର ଜଣାପଡିଛି । ଏ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାଇ ଶ୍ରୀ ମାଝୀ କୌଣସି ଏକ ଜରୁରୀ କାମରେ ମୋହନା ବ୍ଲକ ଅଫିସ୍ ଯିବାକୁ ସକାଳ ପ୍ରାୟ ୬ ଟା ୩୦ ରେ ନିଜଗ୍ରାମ କରଦୁଆରୁ ବାଇକରେ ଏକୁଟିଆ ଯାଉଥିଲେ । ହେଲେ ଗ୍ରାମରୁ ପ୍ରାୟ ୮କିମିଦୂର ଡେକାପଙ୍କା ନିକଟସ୍ଥ ଏକ ବୁଲାଣିରେ ଅପର ପାଶ୍ୱର୍ରୁ ଆସୁଥିବା ଏକ ୪୦୭ ସହ ସାମା୍ନସାମ୍ନୀ ଧକ୍କା ହେବା ଫଳରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ । ଘଟଣା ସ୍ଥଳରୁ ଆହତ ଅବସ୍ଥାରେ ତାଙ୍କୁ କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀଗାଁ ମେଡିକାଲରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ କରିଥିଲେ କିନ୍ତୁ ଦୁଃଖର ବିଷୟ ବଡମେଡିକାଲକୁ ସ୍ଥାନାନ୍ତର କରିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ କଟାମା ନାଏବ ସରପଂଚ ଶୁଭ ମନ୍ତ୍ରୀ, ପୂର୍ବତନ ସରପଂଚ ହାଡିଆ କନ୍ଧ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଗ୍ରାମ ପାତ୍ର ସମେତ ବହୁ ମାନ୍ୟଗଣ୍ୟ ବକ୍ତି ମେଡିକାଲରେ ପହଞ୍ôଚ ଦୁଃଖରେ ମ୍ରିୟମାଣ ପରିବାର ଲୋକ ଙ୍କୁ ସାନ୍ତ୍ୱନା ଦେଇଥିବାବେଳେ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଥିଲେ । ଅଡବା ଥାନା ପୋଲିସ୍ ବ୍ରାହ୍ମଣୀଗାଁ ମେଡିକାଲରେ ପହଞ୍ôଚ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତ କରିଥିବା ଜଣାପଡିଛି । ଏନେଇ ଅଡବା ଥାନାରେ ୩୧/୨୧ ନମ୍ବର ଏକ ମାମଲା ରୁଜୁ କରାଯାଇ ଘଟଣାର ଅନୁସନ୍ଧାନ ଚାଲୁ ରହିଥିବାର ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ଆର୍ତ୍ତ ଚରଣ ନାୟକଙ୍କ ସୂତ୍ରରୁ ପ୍ରକାଶ ।


