ଗଜପତି ପ୍ରଶାସନ ବିବାଦୀୟ ଆନ୍ଧ୍ର ସ୍କୁଲ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗତ ୬୬ ବର୍ଷ ଧରି କାଶୀନଗର ବ୍ଲକର ହାଡୁଭାଙ୍ଗି ମୌଜାର ଓଡିଶାର ଜମିରେ ଆନ୍ଧ୍ର ସ୍କୁଲ ନିର୍ମାଣ କରି ଚଲାଇଥିବା ଖବର ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ଠାରେ ପହଞ୍ôଚବା ପରେ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ କାଶୀନଗର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ଅନୁଯାୟୀ କାଶୀନଗର ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର ନିଜର ଟିମ୍ ସହ ଜବତ ପାଇଂ ସମ୍ପୃକ୍ତ ବିଦ୍ୟାଳୟ ନିକଟରେ ପହଂଚି ଥିବା ଖବର ମିଳିଛି । ଏନେଇ ତହସିଲଦାର ଶ୍ରୀ ମିଶ୍ର କହିଛନ୍ତି ୬୬ ବର୍ଷ ଧରି ଏହି ସ୍କୁଲଟି ଓଡିଶାର ଜାଗାରେ ନିର୍ମାଣ ହୋଇ ଚାଲୁ ରହିଛି । ହେଲେ ସ୍କୁଲ କର୍ତ୍ତୃପକ୍ଷ ଏହା ଆନ୍ଧ୍ରର ବୋଲି କିଛି ଦସ୍ତାବିଜ ଦେଖାଇଛନ୍ତି । ଓଡିଶା ୧୯୩୬ ଠାରୁ ସ୍ୱତନ୍ତ୍ର ରାଜ୍ୟ ଗଠନ ହୋଇ ଥିବା ବେଳେ ଏହି ସ୍କୁଲ କର୍ତ୍ତୃପକ୍ଷ ୧୯୬୦ ମସିହାର ଦସ୍ତାବିଜ ଦେଖାଇଛନ୍ତି । ଏହାର କୌଣସି ବାସ୍ତବତା ନାହିଁ । ତଥାପି ଏନେଇ ଆନ୍ଧ୍ର ତହସିଲଦାରଙ୍କ ସହ ସମସ୍ତ ଅନୁଧ୍ୟାନ କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ