ସାଇଚେତନା ସାହିତ୍ୟ ସଂସଦର ଅଷ୍ଟମ ବାର୍ଷିକ ଉତ୍ସବ

ହାଟଡ଼ିହି, (ସୌମ୍ୟରଂଜନ ଆଚାର୍ଯ୍ୟ): ସମାଜର ହୀତ ପାଇଁ ସାହିତ୍ୟର ଭୁମିକା ଗୁରୁତ୍ୱପୁର୍ଣ୍ଣ । ସାହିତ୍ୟ ଦ୍ୱାରା ସମାଜରେ କୁସଂସ୍କାର ଲୋପପାଇ ପାରିବ । ତେଣୁ ସାହିତ୍ୟକୁ ଲୋକାଭିମୁଖୀ କରିବା ଦିଗରେ ସଂସଦ ଗୁଡିକ ଅଗ୍ରଣୀ ଭୁମିକା ଗ୍ରହଣ କରୁଛନ୍ତି ବୋଲି ସାଇଚେତନା ସାହିତ୍ୟ ସଂସଦର ଅଷ୍ଟମ ବାର୍ଷିକ ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ସଂସଦର ସ୍ଥାୟୀ ସଭାପତି କିର୍ତ୍ତନ ଚରଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ, ସାହିତ୍ୟିକ, ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ଡ. ରାମଚନ୍ଦ୍ର ନାୟକ, ମୁଖ୍ୟବକ୍ତା ଭାବେ ବନ୍ତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରବଣ ବାଗ୍ମୀ ଡ.ଶୁଭେନ୍ଦୁ କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବେ ଖ୍ୟାତନାମା କବି ଡ. ଅଶୋକ କୁମାର ପୁହାଣ, ଅବସରପ୍ରାପ୍ତ ଶିକ୍ଷାଅନୁଅଧିକାରୀ କବି ଗଣେଶ ପ୍ରସାଦ କରଶର୍ମା, ଶିକ୍ଷାବିତ, ପାଲାଗାୟକ ତଥା ପ୍ରବଚକ ହରିହର ପାଣିଗ୍ରାହୀଯୋଗଦେଇ ସମାଜର ହିତ କ୍ଷେତ୍ରରେ ସାହିତ୍ୟର ଭୁମିକା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସଂସଦର ସହସମ୍ପାଦକ ନାରାୟଣ ଚନ୍ଦ୍ର ଲେଙ୍କା ବାର୍ଷିକ ବିବରଣୀ ପାଠ କରିବାସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିଶୁ ସାହିତ୍ୟକ ରତ୍ନାକର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସାହିତ୍ୟ ସଂସଦର ମୁଖପତ୍ର ‘ସମ୍ଭାବନା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଗୁରୁତର ଅସୁସ୍ଥ ଥିବାସତ୍ତ୍ୱେ ସମ୍ପାଦକ ଚତୁର୍ଭୁଜ ପହି ଉତ୍ସବରେ ଯୋଗଦେଇ ନିଜର ସ୍ୱଳ୍ପ ବକ୍ତବ୍ୟ ରଖଥିଲେ । କବି ଦାଶରଥି ଜେନା ଓ କାଞ୍ଚନଲତା ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତାପାଠୋତ୍ସବରେ ଗୋବିନ୍ଦ ଚନ୍ଦ୍ର ବାରିକ, ଜଗନ୍ନାଥ ପାତ୍ର, ଅନ୍ତର୍ଯ୍ୟାମୀ ରାଉତ, ଶଙ୍ଖାଳି ଚରଣ ରାଉଳ, କିର୍ତ୍ତନ ବିହାରୀ ଜେନା, ସୁରେନ୍ଦ୍ର କୁମାର ପରିଡା, ମୁରଲୀଧର ବେହେରା, ବଳରାମ ଜେନା, ଶଶିଭୂଷଣ ପୁହାଣ, ସୁଦାମ ଚରଣ ଜେନା, ଗୟାଧର ଦାସ, ରମାକାନ୍ତ ଜେନା, ଅନନ୍ତ ଚରଣ ମୁଦୁଲି, ଗୌରାଙ୍ଗ ଚରଣ ଖିଲାର, ଅବନ୍ତୀ ସାମଲ, ସନ୍ଧ୍ୟାରାଣୀ ଘଡେଇ, ଅନିଲ କୁମାର ଖୁଣ୍ଟିଆ, ମୋନାଲିସା ସେଠୀ, ନରହରି ରାଉତ, ମଙ୍ଗୁଳି ଚରଣ ପୃଷ୍ଟି, ବନମାଳୀ ଜେନା, ସୁଭଦ୍ରା ସାହୁ, ସୁବୋଧ କୁମାର ସାହୁ, ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ବିଜୟ କୁମାର ଧଳ, ହରିହର ମଲ୍ଲିକ, ମହେନ୍ଦ୍ର ରାଉତ, ପ୍ରଭାତ ସେନାପତି, କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସଂସଦର ଉପସଭାପତି ଭାଗବତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କବି ଚତୁର୍ଭୁଜ ପହିଙ୍କ ‘ସ୍ମୃତିର ଅନ୍ତରାଳେ’ ଓ ସୁକାନ୍ତ ବେଦାନ୍ତଙ୍କ ‘ଚକାଡୋଳା ଚଉତିଶା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ