କିନ୍ନର ସଂଘ ପକ୍ଷରୁ ରୋଗୀ ଓ ପ୍ରସୂତୀ ମହିଳାଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ

ଗୋପ, (ଗଣେଶ ଚନ୍ଦ୍ର ବେହେରା): ଆନ୍ତର୍ଜତୀୟ ମହିଳା ଦିବସ ଉପଲକ୍ଷେ ପୁରୀ ଜିଲ୍ଲା କୋଣାର୍କ କିନ୍ନର ମଣ୍ଡଳ ତରଫରୁ ଗୋପ ସରକାରୀ ମେଡ଼ିକାଲରେ ରୋଗୀ ମାନଙ୍କୁ ଏବଂ ପ୍ରସୂତୀ ମହିଳାମାନଙ୍କୁ ବ୍ୟାପକ ଶୁଖିଲା ଖାଦ୍ୟ ଓ ପାନୀୟ ବଣ୍ଟନ କରାଯାଇଛି। ସାଧାରଣ ଲୋକଙ୍କ ପରି ଜୀବନ ଅତିବାହିତ କରୁଥିବା ଏହି କିନ୍ନର ମାନେ ନିଜର ବିବେକ, ମାନବିକତା ଓ ସାମାଜିକ ଦାୟିତ୍ୱ ତୁଲାଇବାକୁ ଯାଇ ବିିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛନ୍ତି। ଏହି କ୍ରମରେ କୋଣାର୍କ କିନ୍ନର ମଣ୍ଡଳ ସଭାନେତ୍ରୀ ଦିପା କିନ୍ନରଙ୍କ ପ୍ରଚେଷ୍ଟାରେ ମଙ୍ଗଳବାର ଗୋପ ମେଡିକାଲରେ ଥିବା ଅସହାୟ ରୋଗୀ ମାନଙ୍କୁ ଖାଦ୍ୟ ଓ ପାନୀୟ ବଣ୍ଟନ କରାଯାଇଛି। ଅତିଥି ଭାବେ ପୁରୀ ଜିଲ୍ଲା କିନ୍ନର ସଭାନେତ୍ରୀ ପ୍ରୀୟାଂଶି ଦାସ ଓ ମୋନାଲିସା କିନ୍ନର ଉପସ୍ଥିତ ରହି ମେଡ଼ିକାଲରେ ଥିବା ପ୍ରସୂତି ମହିଳା ଓ ଅନ୍ୟ ରୋଗୀ ମାନଙ୍କୁ ପାଉଁରୁଟି, କେକ, ବିସ୍କୁଟ ଓ ଅମୂଲ୍ କୁଲ୍ ଆଦି ଖାଦ୍ୟ ପାନୀୟ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପାୟଲ କିନ୍ନର, ସୁକାନ୍ତି କିନ୍ନର, କାଜଲ କିନ୍ନର, ବାସନ୍ତୀ କିନ୍ନର, ପିଙ୍କି କିନ୍ନର, ସନ୍ଧ୍ୟା କିନ୍ନର, ରୋଜି କିନ୍ନର ଓ ସିଲା କିନ୍ନର ପ୍ରମୁଖ ସହାୟତା ଓ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ