ଜଙ୍ଗଲରୁ ନିଆଁ ଲିଭିଲା ପରେ ହାତୀପଲ ଗାଁ’ ମୁହାଁ

ଯୋଡା,(ସମୀର କୁମାର ଦାସ): ଚମ୍ପୁଆ ରେଞ୍ଜ୍ ଯୋଡା ବନାଂଚଳର ଝରଣ ଜଙ୍ଗଲରେ ଥିବା ୧୫ଟି ହାତୀ ଜଙ୍ଗଲ ଛାଡି ଗାଁ’ ମୁହାଁ ହୋଇଛନ୍ତି । ଗତ ସପ୍ତାହରେ ଝରଣ ଜଙ୍ଗଲରେ ନିଆଁ ଲାଗିଯାଇଥିବାରୁ ହାତୀପଲ ଜଙ୍ଗଲରେ ଆବଦ୍ଧ ହୋଇ ରହିଥିଲେ । ତେବେ ଗୁରୁବାର ଏହି ହାତୀପଲ କ୍ରେଚ୍‌ହାଟିଂ ଠାରେ ଥିବା ୨ ଗୋଟି ଘରକୁ ଭାଙ୍ଗିବା ସହିତ ଯୋଡା ବନପାଳ ଅଧିନରେ ଥିବା ଗୁରୁବେଡା ଜଙ୍ଗଲରେ ଅଛନ୍ତି । ଏ ନେଇ ଯୋଡା ବନପାଳ ଅନିରୁଦ୍ଧ ପଣ୍ଡା କହିଛନ୍ତି ଯେ, ୧୫ ଗୋଟି ହାତୀପଲ ଗୁରୁବେଡା ଅଂଚଳରେ ଅଛନ୍ତି । ଏମାନଙ୍କୁ ଘଉଡାଇବା ପାଇଁ ୯ ଜଣ ହାତୀ ସ୍କ୍ୱାର୍ଡ କାର୍ଯ୍ୟରେ ଲାଗିଛନ୍ତି । ହାତୀପଲ ଗାଁ’ ମୁହାଁ ନହେବା ପାଇଁ ସମସ୍ତ ବ୍ୟବସ୍ଥା ବନ ବିଭାଗ ପକ୍ଷରୁ କରାଯାଉଛି । ସୂଚନାଯୋଗ୍ୟ ଯେ, ଗତ ୨୦୧୯ ମସିହାରେ ଗୁରୁବେଡା ଜଙ୍ଗଲରେ ଶିକାରୀ ମାନେ ୨ଟି ହାତୀକୁ ହତ୍ୟା କରିଥିଲେ । ଏଣୁ ବନ ବିଭାଗ ହାତୀର ଗତିବିଧି ଓ ଏମାନଙ୍କର ସୁରକ୍ଷା ଉପରେ ଲକ୍ଷ୍ୟ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ