ରାଇରଙ୍ଗପୁରରେ ‘ଓଟିଇଟି’ ଦେଲେ ୧୩୦୦ରୁ ୧୧୭୮ ଛାତ୍ରଛାତ୍ରୀ

ରାଇରଙ୍ଗପୁର (ଅକ୍ଷୟ ବି‌ଶ୍ୱାଳ): ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ(ଓଟିଇଟି) ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ର ୫ଟିକେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ରାଇରଙ୍ଗପୁର ସହରର ୫ଟି କେନ୍ଦ୍ର ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟରେ ୨୭୧/୩୦୦,ସରକାରରେ (ଏସ ଏସ ଡି) ବିଦ୍ୟାଳୟରେ ୭୧/୩୦୦,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୨୨୭/୨୫୦, ରଘୁନାଥ ଜୀଉ ଉଚ୍ଚ ବିଦ୍ୟାଳୟରେ ୧୮୪/୨୦୦ ଏବଂ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୨୨୫/୨୫୦, ସମୁଦାୟ ୧୩୦୦ ଛାତ୍ରଛାତ୍ରୀ ମଧ୍ୟରୁ ୧୧୭୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।ବହୁ ଛାତ୍ରଛାତ୍ରୀଙ୍କ ଘରପାଖରେ କେନ୍ଦ୍ର ଦିନ ଥିଲେ ମଧ୍ୟ ୧୦୦କିମି ଦୂରରୁ ଆସିଥିବା ଖର୍ଚ୍ଚାନ୍ତ ହୋଇ ପରୀକ୍ଷା ଦେବାରେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ତେଣୁ ଆଗକୁ ଛାତ୍ରଛାତ୍ରୀ ମାନଙ୍କୁ ନିଜ ଇଛାରେ ପରୀକ୍ଷା କେନ୍ଦ୍ର ବାଛିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ପରୀକ୍ଷାର୍ଥୀ ଏବଂ ଅଭିଭାବକ ବୃନ୍ଦ ଗଣମାଧ୍ୟମ ସହାୟତାରେ ସରକାରଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ