କବି ଶ୍ରୀକାନ୍ତ ପଣ୍ଡାଙ୍କୁ ରାଧାମୋହନ ଗଡନାୟକ ସମ୍ମାନ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ବସନ୍ତିଆ ଗ୍ରାମ ତଥା ବାଞ୍ଝାନିଧି ସଂସ୍କୃତ ଉଚ୍ଚ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ କବି ଶ୍ରୀକାନ୍ତ ପଣ୍ଡାଙ୍କୁ ୨୦୨୦ ମସିହା ପାଇଁ ରାଧାମୋହନ ଗଡନାୟକ ସାହିତ୍ୟ ଅନୁଷ୍ଠାନ ଅନୁଗୁଳ ପକ୍ଷରୁ ବାର୍ଷିକ ଉତ୍ସବ ଅବସରରେ ତାଙ୍କର କବିତା ପୁସ୍ତକ ‘ଆକାଂକ୍ଷାର ପଥେ’ କବିତା ସଙ୍କଳନ ପାଇଁ ରାଧାମୋହନ ଗଡନାୟକ ସମ୍ମାନ ପ୍ରଦାନ କରାଯାଇଛି । ଅନୁଷ୍ଠାନର ସଂପାଦକ, ସଭାପତିଙ୍କ ସମେତ ମୁଖ୍ୟ ଅତିଥି ଭାବେ ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଶାନ୍ତନୁ କୁମାର ସର, ମୁଖ୍ୟ ବକ୍ତା ଭାବେ ସଂଗ୍ରାମ କେଶରୀ ସାମନ୍ତରାୟ, ସମ୍ମାନୀତ ଅତିଥି ତଥା ଜିଲା ସାହିତ୍ୟ ସଂସଦର ସଭାପତି ଡଃ.କୁମୁଦ ଚନ୍ଦ୍ର ଦାସ, ଡଃ.ତୋଫାନ ଚନ୍ଦ୍ର ଜେନା ଯୋଗ ଦେଇ ଶ୍ରୀ ପଣ୍ଡାଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ । ଏହି ଅବସରରେ ଶ୍ରୀ ପଣ୍ଡାଙ୍କ କବିତା ସଂକଳନ ତଥା ଓଡିଶା ସାହିତ୍ୟ ଏକାଡେମୀ ଅନୁବନ୍ଧିତ ପୁସ୍ତକ ‘ଆକାଂକ୍ଷାର ପଥେ’କୁ ଉନ୍ମୋଚିତ କରାଯାଇଥିଲା । ଶ୍ରୀ ପଣ୍ଡାଙ୍କ ବହୁ କବିତା ବିଭିନ୍ନ ସମ୍ବାଦପତ୍ର ଓ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ଆଦୃତ ହୋଇପାରିଛି । ସେ ଭଦ୍ରକ ଜିଲା ବନ୍ତ ବ୍ଲକ ବସନ୍ତିଆ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଉଦୟନାଥ ପଣ୍ଡାଙ୍କ କନିଷ୍ଠ ପୁତ୍ର ଅଟନ୍ତି । ତାଙ୍କୁ ଏହି ସମ୍ମାନ ମିଳିବା ପରେ ବନ୍ତ ଅଞ୍ଚଳରେ ବହୁ ସାହିତ୍ୟପ୍ରେମୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ