ମେଡିକାଲ ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା); ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ଦିନିକିଆ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦୈବଦୁର୍ଘଟଣା ସମୟରେ କେଉଁଭଳି ସତର୍କତା ଅବଲମ୍ବନ କରି ଧନ ଜୀବନକୁ ସୁରକ୍ଷା ଦିଆଯାଇ ପାରିବ ସେ ସମ୍ପର୍କରେ ପ୍ରତିକାତ୍ମକ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଅଗ୍ନିଶମ କେନ୍ଦ୍ର ଅଧିକାରୀ ରମାକାନ୍ତ ମଲ୍ଲିକଙ୍କ ତତ୍ୱାବଧାନରେ ମୁଖ୍ୟ ଆଗ୍ନିକ ଶ୍ୟାମସୁନ୍ଦର ସେଠୀ, ମୈତ୍ରରଞ୍ଜନ ପଣ୍ଡା, ବଳରାମ ମାଝୀ, ବିକ୍ରମ କେଶରୀ ସାହୁ, ବାସୁଦେବ ବିଶ୍ୱାଳ, ଜାହିର ଅଲ୍ଲୀ ଖାଁ ପ୍ରମୁଖ କର୍ମଚାରୀ ମାନେ ଉପସ୍ଥିତ ରହି ସଚେତନାତ୍ମକ ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରିଥିଲେ । ବିଶେଷକରି ମେଡିକାଲରେ ଅଗ୍ନିକାଣ୍ଡ କିମ୍ବା ଅନ୍ୟାନ୍ୟ ଦୈବ ଦୁର୍ଘଟଣା ଘଟିଲେ ପ୍ରାଥମିକ ଭାବେ କେଉଁଭଳି ପଦକ୍ଷେପ ନିଆଯିବ ତା ଉପରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ଡାକ୍ତର କମଳାକାନ୍ତ ସ୍ୱାଇଁ, ରାଜେଶ ବେହେରା, ମଳୟ ସେନାପତି, ଆଦିତ୍ୟ କୁମାର ସାହୁ, ବିପିଏମ ରଶ୍ମିରେଖା ପୃଷ୍ଟି, ଜନସ୍ୱାସ୍ଥ୍ୟ ଅଧିକାରିଣୀ ଅନିତାରାଣୀ ରାଉତଙ୍କ ସମେତ ଆଖପାଖ ଅଞ୍ଚଳର ଲୋକେ ଉପସ୍ଥିତ ଥିଲେ । ଉକ୍ତ ମକଡ୍ରିଲ କାର୍ଯ୍ୟକ୍ରମକୁ ମେଡିକାଲ ବରିଷ୍ଠ ସୁପରଭାଜର ମନୋରଞ୍ଜନ ରାଉତ, ଫାର୍ମାସିଷ୍ଟ ପଙ୍କଜ ବେହେରା, ରଞ୍ଜିତ ଦାସ, ପ୍ରମିଳା ରାଉତ, ପ୍ରଫୁଲ୍ଲ ଖଟୁଆ , ମୀନତୀ ଦାସ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ