ରାମଚରିତ ମାନସ ପାଇଁ କଳସ ଯାତ୍ରା ଅନୁଷ୍ଠିତ

ଚିକିଟି,(ଯୁଗାବ୍ଦ ନ୍ୟୁଜ୍‌): ପବିତ୍ର କାର୍ତ୍ତିକ ମାସ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଚିକିଟି ବ୍ଲକ ଚାନ୍ଦପୁର ପଂଚାୟତର ବଜାର ଛକ ନିକଟରେ ରାମ ଚରିତ ମାନସ ପାଇଁ ଗୁରୁବାର କଳସ ଯାତ୍ରା ଆରମ୍ଭ ହୋଇଛି । ଶତାଧିକ ଲୋକ ବାହୁଦା ନଦୀ ଘାଟରେ ପହଞ୍ଚି ପୂଜା ର୍ଚ୍ଚନା କରିବା ସହ ମୁଣ୍ଡରେ ପାଣି କଳସ ଧରି ନଗର ପରିକ୍ରମା କରିବା ସହିତ ପୂଜାସ୍ଥଳରେ ପହଞ୍ଚିଥିଲେ । ବାଜା, ସଂକୀର୍ତ୍ତନ, ହୁଳହୁଳି ଓ ମନ୍ତ୍ର ଧ୍ୱନିରେ ରାମ ଚରିତ ମାନସ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ୯ ଦିନ ଧରି ଏହି ରାମ ଚରିତ ମାନସ ଚାଲିବାକୁ ଥିବା ବେଳେ ୨ ଦିନ ପ୍ରବଚନ ଆଦି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହେବ ।ଏହି କାର୍ଯ୍ୟକ୍ରମର ପୁରୋହିତ ପ୍ରସାଦ କୁମାର ପ୍ରହରାଜ ଓ ହରେକୃଷ୍ଣ୍‌ର୍ ମିଶ୍ରଙ୍କ ତତ୍ତ୍ୱା ବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସୁନ୍ଦରଶ୍ୱେର ବଣିକ ସଂଘ ଓ ଅଂଚଳବାସୀ ଜନସାଧାରଣଙ୍କ ମିଳିତ ଉଦ୍ୟମରେ ପରିଚାଳିତ କରିବା ସହ ପରିଚାଳନା ଦାଇତ୍ୱ ତୁଲାଇବେ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ