ଗଜପତିରେ ପବିତ୍ର ରକ୍ଷା ବନ୍ଧନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଆଜି ବଡଠାକୁର ବଳଦେବଙ୍କ ଜନ୍ମ ଦିନ ଓ ପବିତ୍ର ରକ୍ଷା ବନ୍ଧନ ପର୍ବ ଅଟେ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାରେ ଏହାକୁ ଅତ୍ୟନ୍ତ ଭକ୍ତିପୁତ ଭାବେ ପାଳନ କରାଯାଇଛି । ଘରେ ଘରେ ଏହି ପବିତ୍ର ରକ୍ଷା ବନ୍ଧନ ଦିବସ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳୁ ସକାଳୁ ଭଉଣୀମାନେ ନିଜ ନିଜ ଭାଇମାନଙ୍କୁ ବନ୍ଦାପନା କରି ରାକ୍ଷୀ ବାନ୍ଧି ଥିଲେ । ଏଥି ସହ ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ମଧ୍ୟ ରାକ୍ଷୀ ବନ୍ଧନ ଉତ୍ସବ ପାଳନ କରାଯାଇ ରାକ୍ଷୀବନ୍ଧ କରାଯାଇଥିଲା । ସେହିପରି ବଡ ଠାକୁର ବଳଭଦ୍ରଙ୍କ ଜନ୍ମ ଦିନ ହୋଇଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ବଳଦେବଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।


