ରୁକ୍ମଣୀଗାଁ ରୁ ୫୨ ସିଏଫଟି ନନ ଶାଳ କାଠପଟା ଜବତ

ଛତ୍ରପୁର (ଦେବଦତ୍ତ ମହାରଣା ): ଛତ୍ରପୁର ବ୍ଲକ ରୁକ୍ମଣୀ ଗାଁ ର ଏକ ଘର ଭିତରେ 152 ଟି ନନଶାଳ କାଠ ପଟା (52 ସିଏଫଟି ) କୁ ବନ ବିଭାଗ ପକ୍ଷରୁ ଜବତ କରାଯାଇଛି l ଚୋରା କାଠ ଚାଲଣ ହେଉଥିବା ସଂକ୍ରାନ୍ତରେ କୋଣସି ସୂତ୍ରରୁ ସୂଚନା ପାଇ ଡ଼ିଏଫଓ ଅମ୍ଲାନ ନାୟକଙ୍କ ନିର୍ଦେଶକ କ୍ରମେ ବ୍ରହ୍ମପୁର ବନ ବିଭାଗ ଡିଭିଜନ ମୋବାଇଲ ଟିମ ଓ ଏସିଏଫ ଅଶୋକ ବେହେରା ଙ୍କ ନେତୃତ୍ୱ ରେ ଛତ୍ରପୁର ବନ ଅଧିକାରିଣୀ ଘରମଣି ପାଣିଗ୍ରାହୀଙ୍କ ସହଯୋଗ ରେ ଏକ ଟିମ ରୁକ୍ମଣୀଗାଁ ରେ ଚଢ଼ଉ କରି ଉକ୍ତ ଚୋରା କାଠ ପଟା ଗୁଡିକ ଜବତ କରାଯାଇଛି l ଏହାର ଆକଳନ ପ୍ରାୟ ଲକ୍ଷାଧିକ ଟଙ୍କା ହେବ l ରୁକ୍ମଣୀଗାଁ ର ଏକ ଖୋଲା ଘର ଭିତରେ କାଠ ଥିଲା କାହାର କିଏ ଏଥିରେ କେଉଁ ବ୍ୟକ୍ତି ସମ୍ପୃକ୍ତ ଏନେଇ ତଦନ୍ତ ଜାରି ରହିଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି l

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ