ଚାରିଛକ ଠାରେ ଗୋପବନ୍ଧୁ ଜୟନ୍ତୀ ପାଳିତ
ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର ଚାରିଛକ ଠାରେ ଉତ୍କଳ ମଣୀ ଗୋପବନ୍ଧୁ ମେମୋରିଆଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଗୋପବନ୍ଧୁଦାସଙ୍କ୧୪୫ ତମ ଜନ୍ମତିଥି ପାଳିତ ହୋଇଯାଇଛି । ଟ୍ରଷ୍ଟ ପକ୍ଷରୁ ଚାରିଛକ ବଜାର ଠାରେ ଥିବା ଉତ୍କଳ ମଣୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦିଆଯିବା ସହିତ ହୋମ ଜଙ୍ଗ୍ୟ କରାଯାଇଥିଲା। ଗଣେଷ ପୂଜା ମଣ୍ଡପ ଠାରେ ଗୀତା ପାଠ କରାଯିବାସହିତ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଟ୍ରଷ୍ଟ ରସଭାପତି ସମାଜସେବୀ ଲକ୍ଷ୍ମୀଧର ନାୟକ, ସମ୍ପାଦକ ଡଃ. କେଦାର ନାଥ ସାହୁ, ପୂର୍ବତନ କଲେଜ ଅଧକ୍ଷ ଡଃ. ସନ୍ତୋଷ ମିତ୍ର, ପ୍ରଫେସର ଗୋପୀନାଥ କର, ଆଇଆରଏସ ଚନ୍ଦ୍ରକାନ୍ତ ଦଳାଇ, କୃଷକ ନେତା ସନାତନ ପାତ୍ର, କୃଷ୍ଣ ଚନ୍ଦ୍ର ରାଉତ,ଗ୍ରନ୍ଥଗାରିକ ମୁରଲୀଧର ଭାରତୀ, ସମାଜସେବୀସନ୍ତୋଷ ପ୍ରଧାନ, ଭୋଦର ପଞ୍ଚାୟତ ବିଜେଡ଼ି ସଭାପତି ରମାରମଣ ଦେବ ପାତ୍ର,୨୧ନମ୍ୱର ଜିଲ୍ଲା ପରିଷଦ ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ଓଝା, ବିଜୟ ଜେନା ପ୍ରମୁଖ ଯୋଗଦାନକରି ଉତ୍କଳମଣୀ ଙ୍କ ସ୍ମୃତିଚାରଣ କରିଥିଲେ। ଶେଷରେ ଟ୍ରଷ୍ଟ ପକ୍ଷରୁ ସାମ୍ୱାଦିକ ସୌମ୍ୟ ରଂଜନ ତ୍ରିପାଠୀ ଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରା ଯାଇଥିଲା । ସମାଜସେବୀ ସନ୍ତୋଷ ପ୍ରଧାନ ଚାରିଛକ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ ।


