୧୭ଶହ ଶତାଦ୍ଦୀର ବହୁ ପୁରାତନ ପ୍ରସିଦ୍ଧ ନୀଳମଣୀ ଦୁର୍ଗାଙ୍କ ମନ୍ଦିର ଭଙ୍ଗା ନେଇ ପ୍ରବଳ ଜନଅସନ୍ତୋଷ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଉପକଣ୍ଠରେ ତଥା ସୀମାନ୍ତରେ ମାତ୍ର ୩କିମି ଦୁରରେ ଥିବା ପଡୋଶୀ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ପୁରୁଣାପାଟଣା ଠାରେ ଥିବା ବହୁ ପୁରାତନ ୧୭ଶହ ଶତାଦ୍ଦୀର ପ୍ରସିଦ୍ଧ ନିଳମଣୀ ଦୁର୍ଗା ଠାକୁରାଣୀ ମନ୍ଦିରକୁ ରାସ୍ତା ସଂପ୍ରସାରଣ ସକାଶେ ଗତକାଲି ଭଙ୍ଗା ଯାଇଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ଓଡିଶା ଓ ଆନ୍ଧ୍ର ଅଞ୍ଚଳବାସୀଙ୍କ ଠାରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି । ଘଟଣାରୁ ପ୍ରକାଶ ଯେ, ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ନାରସନାପେଟା ଗ୍ରାମ ଠାରୁ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ପୁରୁଣାପାଟଣା ଗ୍ରାମର ନିଳମଣୀ ଦୁର୍ଗା ଠାକୁରାଣୀ ମନ୍ଦିର ନିକଟସ୍ଥ ଦେଇ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଦେଇ ମୋହନା ପର୍ଯ୍ୟନ୍ତ ପ୍ରାୟ ୧୫୦କିମି ରାସ୍ତା ନିର୍ମାଣ କାର୍ଯ୍ୟ କିଛି ଦିନ ହେଲା ଚାଲିଅଛି । ଯାହାକୁ ନେଇ ପୁରୁଣାପାଟଣା ଗ୍ରାମ ଠାରେ ଅବସ୍ଥିତ ଥିବା ବହୁ ପୁରାତନ ପ୍ରସିଦ୍ଧ ନୀଳମଣି ଦୁର୍ଗା ଠାକୁରାଣୀ ମନ୍ଦିରର ଦେଇ ଓଭର ବ୍ରିଜ ନିର୍ମାଣ ସକାଶେ ଆନ୍ଧ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ମନ୍ଦିରର ବହୁକିଛି ଅଂଶକୁ ଭାଙ୍ଗି ଦିଆଯାଇଛି । ତାହା ସହିତ ସେଠାରେ ରହିଥିବା ଗଣେଶ ମନ୍ଦିର ଓ ହନୁମାନ ମନ୍ଦିରକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯାଇଛି । ଆନ୍ଧ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ଉଭୟ ଓଡିଶା ଓ ଆନ୍ଧ୍ର ରାଜ୍ୟବାସୀ ଓ ଭକ୍ତ ଶ୍ରଦ୍ଧାଳୁମାନେ ନାପସନ୍ଦ କରିଛନ୍ତି । ଏହି ମନ୍ଦିର ଠାରେ ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଦିନ ଉଭୟ ଓଡିଶା ଓ ଆନ୍ଧ୍ର ଅଞ୍ଚଳବାସୀ ହଜାର ହଜାର ସଂଖ୍ୟାରେ ମାଙ୍କୁ ଦର୍ଶନ କରି ପୂଜା କରିବା ସକାଶେ ଭିଡ ଜମାଇ ନିଜର ମାନସିକ ଅଭିଳାଷ ପୁରଣ କରିଥାନ୍ତି । ବହୁ ପୁରାତନ କାଳରୁ ପାରଳାଖେମୁଣ୍ଡି ରାଜାରାଜୁଡାଙ୍କ ଶାସନ ସମୟରେ ୧୭ଶହ ଶତାବ୍ଦୀରେ ବିଷ୍ଣୁବର୍ଦ୍ଧନ ମହାରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା । ଶ୍ରଦ୍ଧାଳୁମାନଙ୍କ କହିବା ଅନୁସାରେ ଯେଉଁ ମାନସିକଧାରୀମାନେ ନିଜର କିଛି ଇଛା ପାଇଁ ମାଁଙ୍କ ନିକଟରେ ଆରାଧନା କରିଥାନ୍ତି ସେମାନଙ୍କ ନିଶ୍ଚିତ ଭାବେ ନିଜର କାମନା ପୁରଣ ହୋଇଥାଏ । ତେଣୁ ଏହି ମା ଦୁର୍ଗାଙ୍କୁ ସମସ୍ତେ ବହୁ ଶ୍ରଦ୍ଧାର ସହ ପ୍ରତ୍ୟକ ସମୟରେ ଭକ୍ତିର ସହ ଦର୍ଶନ କରି ତାଙ୍କର କୁଙ୍କୁମ ତିଲକରେ ଲଗାଇ ନିଜ ନିଜର କାର୍ଯ୍ୟକୁ ଆଗେଇଥାନ୍ତି । ଏହା ସହିତ ଉଭୟ ଅଞ୍ଚଳର ପ୍ରାୟ ପ୍ରତ୍ୟେକ ଦିନ ଶହ ଶହ ନୂତନ ଯାନବାହାନ ସବୁ ମାଁଙ୍କ ନିକଟରେ ପ୍ରଥମେ ନେଇ ପୂଜାର୍ଚ୍ଚନା କରାଯାଇ ଯାନବାହାନ ଗୁଡିକୁ ଅନୁକୁଳ କରିଥାନ୍ତି । ତେଣୁ ମାଁ ଦୁର୍ଗାଙ୍ଗ ମନ୍ଦିରର ଭଗ୍ନାଂଶକୁ ଦେଖି ସମସ୍ତଙ୍କ ମନରେ ବିଭିନ୍ନ ପ୍ରକାରର ଅସନ୍ତୋଷ ପ୍ରକାଶ ପ୍ରକାଶ ପାଇବା ସହ ୧୭ଶହ ଶତାବ୍ଦୀରେ ବହୁ ପୁରାତନ ମନ୍ଦିରକୁ ଭଙ୍ଗାଜିବା ନେଇ ଜନମାନସକୁ ଦୁଃଖ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ