ଗଜପତିରେ ଅବକାରୀ ଚଢଉ, ୧୨୦୦ଲିଟର ପୋଚ ନଷ୍ଟ, ଜଣେ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଓ ସଦର ଅବକାରୀ ନିରୀକ୍ଷକ ବାଳକୃଷ୍ଣ ପରିଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପାରଳାଖେମୁଣ୍ଡି ଓ ଗାରାବନ୍ଧ ଥାନାର ବିଭିନ୍ନ ଅଞ୍ଚଳ ଯଥା ପାରଳା ସହରର ସଞ୍ଜୟଗାନ୍ଧୀ କଲୋନୀ, ସିଙ୍ଗିପୁର, ବୁରୁଝାଲି ପ୍ରଭୃତି ସ୍ଥାନରେ ଅତର୍କିତ ଭାବେ ଅବକାରୀ ଚଢଉ କରାଯାଇଥିଲା । ଏହି ଚଢଉ ବେଳେ ୧୨କେଜି ଗୁଡ ମିଶ୍ରିତ ମହୁଲପୋଚକୁ ଜବତ କରାଯାଇ ନଷ୍ଟ କରାଯାଇଥିବା ବେଳେ ୧୯୩ ଲିଟର ମହୁଲି ରନ୍ଧାମଦ, ଗୋଟିଏ ମୋଟର ସାଇକେଲ, ୧୧ଗୋଟି ରସଡେକ୍‌ଚି ଆଦି ସହ ମଦରନ୍ଧା ପାଇଁ ସରଞ୍ଜାମକୁ ଜବତ କରାଯାଇଛି । ଘଟଣାରେ ସମ୍ପୃକ୍ତ ଜଣକୁ ଗିରଫ କରାଯାଇଥିବାର ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ । ଏହି ଚଢଉରେ ପାରଳାଖେମୁଣ୍ଡି ଅବକାରୀ ଅଧିକାରୀ ବୃନ୍ଦାବନ ମଣ୍ଡଳ, ଏଏସ୍‌ଆଇ ଚିତ୍ତ ରଞ୍ଜନ ଜେନା, ବହୁମୂଲ୍ୟ ପରିଚ୍ଛା, ଦେବଦତ୍ତ ଶେଖର ଶବର, କୁମାର ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ